ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା : ଦୁଇ ବାଇକ୍ ଆରୋହୀ ମୃତ, ଜଣେ ଆହତ

କଲମପୂର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କଲ୍ୟାଣସିଂପୁର ହାଇସ୍କୁଲ ନିକଟରେ ସଡକ ଦୁର୍ଘଟଣାରେ ଦୁଇଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ପଞ୍ଚାୟତ ଅଧିନ ମଦାଙ୍ଗଗୁଡା ଗ୍ରାମର ସୁଶିଳ ମାଝୀ(୨୫)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ଅଜିତ ମାଝୀ(୨୫)ଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ଅନ୍ୟ ଜଣକ ହେଲେ ସୁନିଲ ମାଝୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ବାଇକ୍ ଆରୋହୀ ମାନେ ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତକୁ ଯାଇ କଲ୍ୟାଣସିଂହପୁର ରାସ୍ତା ଦେଇ ନିଜ ଗାଁ ମଦାଙ୍ଗଗୁଡାକୁ ଫେରୁଥିବା ବେଳେ କଲ୍ୟାଣସିଂପୁର ହାଇସ୍କୁଲ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହିତ ଧକ୍କା ହୋଇଥିଲା।

Comments are closed.