ବାଇକ-ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର

ବାଲେଶ୍ବର :  ବାଲେଶ୍ବର ଜିଲା ଖଇରା ଥାନା ଅନ୍ତର୍ଗତ ଔପଦାର ଖଇରା ରାସ୍ତା ଘୋଡ଼ାଛକ ନିକଟରେ ମଙ୍ଗଳବାର ବାଇକ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କ ନାମ ଆନନ୍ଦ ବେହେରା ଓ ଅଶ୍ବନି ବେହେରା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଔପଦାରୁ ଖଇରା ରାସ୍ତା ଦେଇ ଗୋଟିଏ ବାଇକରେ ଦୁଇ ଜଣ ଯାଉଥିବାବେଳେ ସାମ୍ନାପଟରୁ ଏକ ଟ୍ରକ ଧକ୍କା ଦେଇଥିଲା। ମୁହାଁମୁହିଁ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାରକରି ପ୍ରଥମ ସୋର ମେଡିକାଲ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ କଟକ ମେଡିକାଲକୁ ସ୍ଥାନନ୍ତରଣ କରାଯାଇଥିଲା।

Comments are closed.