ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଧ ଛକରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ଢେପଗୁଡ଼ା ଘାଟି ମଙ୍ଗଳା ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଯୁବକ ଜଣକ ମ. ରାମପୁର ବ୍ଲକ ଶ୍ରୀପାଲି ଗାଁର ଭୀମ ନାଏକ ବୋଲି ଜଣାପଡ଼ିଛି । ସେ ଲାଞ୍ଜିଗଡ଼ ପଟୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବିଶ୍ବନାଥପୁର ପୁଲିସ ଓ ୧୦୮ ଆମ୍ବୁଲାନ୍ସ ସହାୟତାରେ ପ୍ରଥମେ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଅବସ୍ଥା ସ୍ଥିର ରହିଛି ।
Related Posts
Comments are closed.