ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଟ୍ରକ-କାର ଧକ୍କା , ୬ ମୃତ

ଉତ୍ତରପ୍ରଦେଶର କନୌଜ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଲକ୍ଷେ୍ନø-ଆଗ୍ରା ଏକ୍ସପ୍ରେସୱେରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷେ୍ନøରୁ ମେହେନ୍ଦିପୁର ଥିବା ବାଲାଜୀ ଭଗବାନଙ୍କୁ ଦର୍ଶନ କରିବାକୁ ଯାଉଥିବା ଏକ ପରିବାର ଲୋକେ ଗୋଟିଏ କାର ଲକ୍ଷେ୍ନø-ଆଗ୍ରାର ତାଲଗ୍ରାମ ଥାନା ଅଞ୍ଚଳ ଏକ୍ସପ୍ରେସୱେରେ ଠିଆ ହୋଇଥିବା ଟ୍ରକ ସହ ଉକ୍ତ କାର ଧକ୍କା ହୋଇଥିଲା। ଏହାପରେ ଦୁର୍ଘଟଣାରେ କାରରେ ଥିବା ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

 

Comments are closed.