ଅର୍ଣ୍ଣବ ଗୋସ୍ୱାମୀଙ୍କ ସମର୍ଥନରେ ଏବିଭିପି ପକ୍ଷରୁ ବିକ୍ଷୋଭ

ଫୁଲବାଣୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କନ୍ଧମାଳ ଶାଖା ପକ୍ଷରୁ ଆଜି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସମର୍ଥନ ଜଣାଇ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋସ୍ୱାମୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ଅଗଣତାନ୍ତ୍ରିକ ଗିରଫ ଓ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ଜିଲା ପ୍ରମୁଖ ଶିବାଶିଷ୍‍ ପଣ୍ଡାଙ୍କ ନେତୃତ୍ୱରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଜ୍ୟ ସହ ସଂପାଦିକା କବିତା କହଁର, ଫୁଲବାଣୀ ନଗର ସଂପାଦକ ଦିବ୍ୟ ରଂଜନ ଡ଼ାକୁଆ, ତଅପୋଇ କହଁର, ପ୍ରୀତିଜିନା ସେଠୀ, ଅମିତ୍‍ ବେହେରା, ଶିବାନି ଦିଗାଲ, ରାଜନ୍ଦିନୀ ସାହାଣୀ, ଆଶିଷ୍‍ ବଗର୍ତ୍ତି, ରୁପାଲି ନାୟକ, ନଗର ବିସ୍ତାରକ ଟୁକୁନା ମଲିକା ଓ ଅନ୍ୟମାନେ ଯୋଗଦେଇ ମହାରାଷ୍ଟ୍ର ସରକାର ତୁରନ୍ତ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ।

Comments are closed.