ଦେଶର ଅନ୍ୟ ସହରକୁ ବ୍ୟାପୁଛି ଜେଏନୟୁ ନିଆଁ: ଅହମଦାବାଦରେ ଏବିଭିପି-ଏନଏସୟୁଆଇ ମାରପିଟ

ଅହମଦାବାଦ: ଦିଲ୍ଲୀ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ହିଂସାର ନିଆଁ ଏବେ ଦେଶର ଅନ୍ୟ ସହରମାନଙ୍କୁ ବ୍ୟାପୁଛି। ମଙ୍ଗଳବାର ଗୁଜରାଟର ଅହମଦାବାଦରେ ଏବିଭିପି ଓ ଏନଏସୟୁଆଇ ଛାତ୍ରଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ସେଠାକାର ଏବିଭିପି କାର୍ଯ୍ୟାଳୟ ନିକଟରେ ଦୁଇ ଦଳ ମୁହାଁମୁହିଁ ହେବା ସହ ମାରପିଟ ହୋଇଛନ୍ତି। ଦୁଇ ପକ୍ଷ ମଧ୍ୟରେ ପଥର ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ କିଛି ଆହତ ମଧ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ଅହମଦାବାଦର ଏବିଭିପି କାର୍ଯ୍ୟାଳୟ ବାହାରେ ଜେଏନୟୁ ହିଂସାକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ସେଠାରେ ଏନଏସୟୁଆଇ ଓ ଏବିଭିପି କର୍ମକର୍ତ୍ତାଙ୍କ ମଧ୍ୟରେ ମାଡ଼ଗୋଳ ହୋଇଥିଲା। ଜେଏନୟୁ ହିଂସାକୁ ନେଇ ଦେଶର ଏକାଧିକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି।

Comments are closed.