ବିଦ୍ୟାର୍ଥୀ ପରିଷଦର ନଗର ସମ୍ମିଳନୀରେ ନୂତନ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା

ନବରଙ୍ଗପୁର: ଭାରତର ସର୍ବ ବୃହତ ରାଷ୍ଟ୍ରବାଦୀ ଅନରାଜନୈତିକ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ନବରଙ୍ଗପୁର ତରଫରୁ ଦାରୁବନ୍ଧ ସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ଅଧ୍ୟ।ପକ ସୌମେନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ହୋଇ ବିଦ୍ୟ।ର୍ଥୀ ପରିଷଦ ର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ଅଭିଭାଷଣ ରଖିଥିଲେ ।ସମ୍ମାନିତ ଅତିଥି ରୂପେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ବିଭାଗୀୟ ପ୍ରମୁଖ ଡ଼ଃ. ସଂଯୁକ୍ତା ପଣ୍ଡା ଯୋଗଦେଇ ଛାତ୍ର ଜୀବନରେ ସମାଜ ପ୍ରତି କର୍ତ୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବରେ କୋରାପୁଟ ବିଭାଗ ସଂଗଠନ ସମ୍ପାଦକ ତନ୍ମୟ ପ୍ରଧାନ ଉପସ୍ଥିତ ରହି ଏଭିବିପି ର କ୍ରମବିକାଶ ଏବଂ ସଫଳତା ବିଷୟରେ ବକ୍ତବ୍ୟ ରଖିଥିଲେ । ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ସଂଯୋଜକ ସୁମନ କୁମାର ଦାସ ଅତିଥି ମାନଙ୍କ ପରିଚୟ କରିଥିଲେ। ଏଥିରେ ମାଲକାନଗିରି ନଗର ସଂଗଠନ ସମ୍ପାଦକ ସୁବାଷ ନାୟକ ,ରାଉରକେଲା ନଗର ସଂଗଠନ ସମ୍ପାଦକ ଅଶ୍ଵନି ପାଇକ ଉପସ୍ଥିତ ଥିଲେ।

 

ଏହି ଅବସରରେ ପୁରୁଣା କାର୍ୟ୍ୟକାରିଣୀ ଭଙ୍ଗ କରାଯାଇ ନୂତନ କାର୍ୟ୍ୟକାରିଣୀ ଘୋଷଣା କରାଗଲା। ଏଥିରେ ନୂତନ ନଗର ସଭାପତି ଅଧ୍ୟାପିକା ଡ଼ଃ. ସଂଯୁକ୍ତା ପଣ୍ଡା, ନଗର ସମ୍ପାଦକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ନେତା ସ୍ବାଧୀନ ପଣ୍ଡା, ସହ-ସମ୍ପାଦକ ଭାବରେ ରୋହିତ କୁମାର ଭଞ୍ଜ ଛାତ୍ର ବିକାଶପ୍ରମୁଖ ଭାବରେ ଦେବରଂଜନ ରଥ, ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ଭାବରେ ବିଶାଳ ରାୟ, ଖେଳ ପ୍ରମୁଖ ଭାବରେ ମୋହିନୀ ବେହେରା, ଛାତ୍ରସେବା ପ୍ରମୁଖ ଭାବରେ ଆଶୁତୋଷ ପୂଜାରୀଙ୍କର ନାମ ଘୋଷଣା କର ଯାଇଥିଲା। ଶେଷରେ କୋରାପୁଟବିଭାଗ ସଂଗଠନ ସମ୍ପାଦକ ତନ୍ମୟ ପ୍ରଧାନ ନୃତନ ଭାବେ ଦାୟିତ୍ୱ ପାଇଁ ଥିବା କାର୍ୟ୍ୟ କର୍ତ୍ତା ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ପରିଶେଷରେ ବନ୍ଦେ ମାତରଂ ଗାନ କରି ନଗର ସମିଳନୀ ସମାପ୍ତ କରାଗଲା।

Comments are closed.