ଜମ୍ମୁ-କାଶ୍ମୀର କୁପୱାରାରେ ଆତଙ୍କବାଦୀ ଆକ୍ରମଣ ଯୋଜନା ବିଫଳ ; ପୋଲ ତଳୁ ମିଳିଲା ବିସ୍ଫୋରକ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର କୁପୱାରା ଜିଲାରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଥିବା ଜଣାପଡ଼ିଛି। ଅରାମପୋରାରେ ସୋପୋର-କୁପୱାରା ପୋଲ ତଳେ ଆତଙ୍କବାଦୀମାନେ ବିସ୍ପୋରକ ସାମଗ୍ରୀ ଲଗାଇଥିଲେ। ଏନେଇ ସନ୍ଦେହ ହେବା ମାତ୍ରେ ସିଆରପିଏଫ ଓ ରାସ୍ତା ଖୋଲିବା ପାଇଁ ସେନାଙ୍କ ପକ୍ଷରୁ ନିୟୋଜିତ ଦଳ ଯାଞ୍ଚ ଆରମ୍ଭ କରିଦେଇଥିଲେ। ଏହାପରେ ବିସ୍ଫୋରକ ନିଷ୍କ୍ରିୟ ପାଇଁ ଦଳ (ସ୍ୱାର୍ଡ଼)ଙ୍କୁ ଏନେଇ ସୂଚନା ଦେଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବିସ୍ଫୋରକୁ ନିଷ୍କ୍ରିୟ କରିଛନ୍ତି ବୋଲି ସୂଚନା ମିଳିଛି। ଏହା ଏକ ଆଇଇଡ଼ି ପ୍ଲାଟ ବୋଲି ଜଣାପଡ଼ିଛି।