ଦୀର୍ଘଦିନ ପରେ ପରଦାରେ ପୁଣି ଏକାଠି ହେବେ ରାଣୀ ଓ ଅଭିଷେକ

ମୁମ୍ବଇ : ଦୀର୍ଘ ୧୨ ବର୍ଷ ପରେ ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ରାଣୀ ମୁଖାର୍ଜୀ ପୁଣିଥରେ ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଦୁହିଁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଣ୍ଟି ଔର ବବଲୀ’ର ଦ୍ବିତୀୟ ଭାଗ ‘ବଣ୍ଟି ଔର ବବଲୀ ଏଗେନ’ ଜରିଆରେ ଏହି ଯୋଡ଼ି ପୁଣି ପରଦାକୁ ଫେରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଜିମ୍ମା ଶାଦ ଅଲ୍ଲୀ ବହନ କରିଛନ୍ତି। ସୂଚନା ଅନୁସାରେ, ଆସନ୍ତା ମାସରୁ ଚଳଚ୍ଚିତ୍ରର ଶୁଟିଂ କାର୍ଯ୍ୟ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ‘ବଣ୍ଟି ଔର ବବଲୀ’ ୨୦୦୫ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅଭିଷେକ-ରାଣୀଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ।

Comments are closed.