ଲଗାଣ ବର୍ଷା : ସାମୁଦ୍ରିକ ଉଚ୍ଚ ଜୁଆର ପ୍ରଭାବରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ପାଣି

ଆରଡି : ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ଅଶାନ୍ତ ହୋଇଥିବା ଧାମରା ସମୁଦ୍ର ମୁହାଣରୁ ଉଠି ଆସୁଛି ଉଚ୍ଚ ଜୁଆରପାଣି। ଯାହାର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚରୁ ପାଣି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତୀରେ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା ବିଳମ୍ବ ହୋଇଛି। ଏବେ ମଟର ଚାଳିତ ପମ୍ପ ଦ୍ବାରା ଜଳନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ କହିଛନ୍ତି। ସେହିପରି ଚାଷଜମି ଓ ଅନେକ ଗାଁର ରାସ୍ତା ବୁଡି ଯାଇଛି।

Comments are closed.