ଗଛରେ ପିଟି ହେଲା ଟାଟା ମ୍ୟାଜିକ; ୭ ଆହତ

ଆରଡ଼ି : ଭଦ୍ରକ ଜିଲା ଆରଡ଼ି ପୀଠର ଆଖଣ୍ଡଳମଣିଙ୍କୁ ଗୁରୁବାର ଦର୍ଶନ ପାଇଁ ଶ୍ରଦ୍ଧାଳୁ ଟାଟା ମ୍ୟାଜିକରେ ଆସୁଥିବା ସମୟରେ ଗଛରେ ପିଟି ହୋଇ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଆରଡ଼ି ପ୍ରାର୍ଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାସୁଦେବପୁର ଅଞ୍ଚଳରୁ ଏକ ଟାଟା ମ୍ୟାଜିକରେ ୧୦ରୁ ୧୨ ଜଣ ଶ୍ରଦ୍ଧାଳୁ ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଆସୁଥିଲେ। ସେହି ସମୟରେ ବାଇପାସ ରାସ୍ତାରେ ଏକ ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଟାଟା ମ୍ୟାଜିକ ଏକ ଗଛରେ ପିଟି ହୋଇଯାଇଥିଲା।

Comments are closed.