ସମାଜପ୍ରଭାବ ; ଅସହାୟ ମା ପାଖରେ ପହଁଚିଲା ଜିଲା ସାମାଜିକ ମଙ୍ଗଳ ଅଧିକାରୀ ଓ ସ୍ଥାନୀୟ ପୁଲିସ

ଆରଡି : ଭଦ୍ରକଜିଲା ଆରଡିପୀଠ ନିକଟସ୍ଥ କୋଇଲିଖା ଗାଁର ମା ର ଭତାଟଙ୍କା ଉପରେ ଲୋଭାଶକ୍ତ ହୋଇ ପୁଅ ଓ ବୋହୁ ଘରୁ ତଡିଦେଇଥେଲେ ମାକୁ । ଏପରି ସର୍ମ୍ପକିତ ଖବର ସମାଜରେ ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ପହଁଚିଥିଲେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ପୁଲିସ  ।
ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲଙ୍କ ନିର୍ଦେଶକ୍ରମେ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ତଥା ୱାନଷ୍ଟପର ଅଧିକାରୀ ନିରଞନ ଦାଶ ଓ ସ୍ଥାନୀୟ ପୁଲିସ କୋଇଲିଖା ଗାଁରେ ପହଁଚି ଅସହାୟ ମାକୁ ଉଦ୍ଧାର କରିବା ସହ ନିଜ ଘରକୁ ନେଇ ଥଇଥାନ କରିଛନ୍ତି। ତାହାସହ ଘରୁ ତଡି ଦେଇଥିବା ପୁଅକୁ ଘଟଣା ସମ୍ପର୍କରେ ପଚାରିଥିଲେ, ପୁଅ ସିଧାସଳଖ ଭାବେ ଅଧିକାରୀଙ୍କୁ କହିଥିଲେ,ମା ୪ବର୍ଷର ଭତା ଟଙ୍କା ନଦେବା ତାହାସହ ଦୀର୍ଘବର୍ଷ ଧରି ବାହାରେ ରହି ଗାଁକୁ ଫେରିଥିବାରୁ ଘରେ ୭ଦିନ ପାଇଁ ନରହିବା ବାରଣ କରିଥିବା ଅଧିକାରୀଙ୍କ ସମୁଖରେ ସଫେଇ ଦେଇଥିଲା ପୁଅ କପିଳ ସାମଲ । ଏପରିକି ଯଦି ମା ଘରେ ରହିବ ତାହେଲେ ୩୦ହଜାର ଟଙ୍କା ଦେଲେ ରହିବ ବୋଲି କହିଥିଲା ପୁଅ । ଦୀର୍ଘ ସମୟ ଧରି ଅଧିକାରୀମାନେ ପୁଅ ଓ ବୋହୁଙ୍କୁ ବୁଝାଇବା ପରେ ମାକୁ ଥଇଥାନ କରାଇଥିଲେ । ପୁଅ ଖୋଲିଥିଲା ଘର। ଏପରିକି ମାକୁ ସାରାଦିନ ଖାଇବାକୁ ଦେବେ ନାହିଁ ବୋଲେ ରୋକଠୋକପୁଅବୋହୁ ମନା କରିଥିଲେ ବୋଲି ଜଣାପଡିଛି।

Comments are closed.