ଦିଲ୍ଲୀ ବିଧାନସଭା ନିର୍ବାଚନ: ଆପ୍‌ ୫୦, ବିଜେପି ୨୦ ଆସନରେ ଆଗୁଆ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ୭୦ ଆସନ ପାଇଁ ହୋଇଥିବା ମତଦାନରେ ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଥିବାବେଳେ ପ୍ରାରମ୍ଭିକ ଗଣତିରେ ଶାସକ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବହୁ ଆଗରେ ରହିଛି। ଦଳ ୫୦ ଆସନରେ ଆଗୁଆ ଥିବା ସୂଚନା ମିଳିଛି। ବିଜେପି ୨୦ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ସମସ୍ତ ଆସନରେ ପଛୁଆ ରହିଛି।

ସୂଚନା ଅନୁସାରେ, ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗୁଆ ଥିବାବେଳେ ପତପରଗଞ୍ଜ ଆସନରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଆଗରେ ରହିଛନ୍ତି। ସେହିପରି ସାକୁର ବସ୍ତି ଆସନରେ ଆପ୍‌ର ସତ୍ୟେନ୍ଦ୍ର ଜୈନ, କଲକାଜି ଆସନରୁ ଆପ୍‌ର ଅତିଶି, ରୋହିନି ଆସନରେ ବିଜେପିର ବିଜେନ୍ଦର କୁମାର, ବଲିମାରନ ଆସନରେ କଂଗ୍ରେସର ହାରୁନ ୟୁସୁଫ ଆଗୁଆ ଅଛନ୍ତି।

Comments are closed.