MEllora 950×100

ଓଲଟିଲା ଶ୍ରଦ୍ଧାଳୁ ଯାଉଥିବା ଗାଡି ; ୪ ମୃତ, ୧୫ ଆହତ

ଅମରାବତୀ : ଆନ୍ଧ୍ରପ୍ରଦେଶର ବାପଟଲା ଜିଲାରେ ସେମାବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଏକ ମିନିଟ୍ରକ ଓଲଟି  ପଡିବା ଫଳରେ ଏଥିରେ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବେମୁରୁ ନିକଟରେ ଘଟିଛି। ଏହି ମିନିଟ୍ରକରେ ଶ୍ରଦ୍ଧାଳୁମାନେ ଯାତ୍ରା କରୁଥିଲେ ବୋଲି ଜଣାପଡିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନାନୁଯାୟୀ, ଏହି ଯାତ୍ରୀମାନେ କେରଳରେ ସାବରୀମାଲା ଦର୍ଶନ କରି ଘରକୁ ଫେରୁଥିଲେ। ସକାଳେ ତେନାଲୀ ରେଳ ଷ୍ଟେସନ ପହଞ୍ଚିବା ପରେ ସେମାନେ କୃଷ୍ଣା ଜିଲାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏହି ମିନିଟ୍ରକରେ ଯାଉଥିଲେ। ପୁଲିସ କହିବାନୁଯାୟୀ, ଦ୍ରୁତ ଗତି ଓ ଘନ କୁହୁଡି କାରଣରୁ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ସନ୍ଦେହ କରାଯାଉଛି। ୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲ ଯିବା ବାଟରେ ମୃତ୍ୟୁ ହୋଇଛି। ଏହାସହ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଘଟଣର ତଦନ୍ତ କରାଯାଉଛି।

Comments are closed.