ବୁଗୁଡ଼ାରେ ଅଁଳା ନବମୀ ପାଳିତ

ବୁଗୁଡ଼ା: ବୁଗୁଡ଼ା ଅଞ୍ଚଳର ବିଭିନ୍ନ ମନ୍ଦିରରେ ଅଁଳା ନବମୀ ଉତ୍ସବ ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋପୀନାଥ ମନ୍ଦିରରେ ପୂଜକ ସୁବ୍ରତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଦେବାଦେବୀଙ୍କ ଅବକାଶ ଓ ମଙ୍ଗଳ ଆଳତି ସହ ରାଧା ପାଦଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ବାଲିପଦର ଗ୍ରାମସ୍ଥିତ ରଘୁନାଥ ସ୍ଵାମୀ ମନ୍ଦିରରେ ଟ୍ରଷ୍ଟି ଅଶୋକ କୁମାର ପାତ୍ର ଓ ପୂଜକ ରାଘବ ବଡୁଙ୍କ ପରିଚାଳନାରେ ଅଁଳା ନବମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ବାଦୁଆର ରାଧାକୃଷ୍ଣ ମନ୍ଦିର ଓ କଦମ୍ବ ମଠର ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ରୀତିରେ ଅଁଳା ନବମୀ ଉତ୍ସବ ପାଳିତ ହୋଇଥିଲା । ସନ୍ଧ୍ୟାରେ ମନ୍ଦିର ଗୁଡିକ ରଙ୍ଗ ବେରଙ୍ଗ ଆଲୋକରେ ଝଲସି ଉଠିଥିବା ବେଳେ କରୋନା କଟକଣା ଯୋଗୁଁ ବିଗତ ବର୍ଷ ଗୁଡିକ ଭଳି ଏଥର ଭକ୍ତଙ୍କ ଭିଡ ଜମିନଥିଲା ।

Comments are closed.