ଚାହୁଁନାହାନ୍ତି ଅମିର୍‌

ଥ୍ରୀ ଇଡିଅଟସ୍‌‌ର ରାଞ୍ଚୋ ଭୂମିକା ପରେ ସିନେବନ୍ଧୁ ଓ ପ୍ରଶଂସକ ମହଲରେ ଅମୀର୍‌ ଖାଁ ‘ଶ୍ରୀମାନ୍ ପରଫେକ୍ସନିଷ୍ଟ’ ନାମରେ ପରିଚିତ ହେଲେ। ଅମିର୍‌ଙ୍କୁ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିବା କୌଣସି ବଡ଼ ଚ୍ୟାଲେଞ୍ଜ୍‌ ଠାରୁ କମ୍ ନୁହେଁ ବୋଲି କହିଛନ୍ତି ନିର୍ଦେଶକ ସଞ୍ଜୟ ଲୀଳା ଭଁସାଲୀ। ନିଜେ ଅମିର୍‌ ମଧ୍ୟ ଏଇ ସତ୍ୟତାକୁ ଏକ ସାକ୍ଷାତକାର୍‌ରେ ମାନିଥିଲେ। ତାଙ୍କ ସହ କାମ କରୁଥିବା ନିର୍ଦେଶକଙ୍କୁ ସେ ଅଥୟ କରିଦିଅନ୍ତି, ଚଳଚ୍ଚିତ୍ର ପାଇଁ ଚୁକ୍ତି କରିବା ପୂର୍ବରୁ ଅତି କମ୍‌ରେ ୪୦ଥର ସେ କାହାଣୀ ଶୁଣିବେ, ସ୍କ୍ରିପ୍ଟ ବାରମ୍ବାର ପଢ଼ିବେ। ତା’ ପରେ ସବୁଠୁ ବିଳମ୍ବରେ ହଁ ଭରିବେ, ଆଉ ଶେଷରେ ନିଜ ଦମ୍‌ଦାର୍‌ ଅଭିନୟରେ ଅମିର୍‌ ଗ୍ରାହକଙ୍କ ମନ ଜିଣନ୍ତି। ଅମିର୍‌ ନିଜ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକର ସ୍ମୃତି ବଖାଣିବା ସମୟରେ ‘ଫନା’ ସୁଟିଂ ସମୟର ଅନୁଭୂତି ମଧ୍ୟ କହିଛନ୍ତି। କୁନାଲ୍ କୋହଲି ନିର୍ଦେଶିତ ଏଇ ଚଳଚ୍ଚିତ୍ର ୨୦୦୬ରେ ମୁକ୍ତିଲାଭ କରିଥିଲା। ହିଟ୍‌ ହେବା ସହ ବିବାଦକୁ ମଧ୍ୟ ଚଳଚ୍ଚିତ୍ର ଟାଣି ହୋଇଥିଲା। ଅନ୍ୟାନ୍ୟ ଭୂମିକାରେ ସ୍ବର୍ଗୀୟ ରିଷି କପୁର, କାଜଲ୍, ତବୁ, କିରନ୍‌ ଖେର୍‌ ଅଭିନୟ କରିଥିଲେ, ଏଥିରେ ଅମିର୍‌ ଆତଙ୍କବାଦୀ ଭୂମିକାରେ ଦେଖାଦେଇଥିଲେ। ସୁଟିଂ ପୂର୍ବରୁ କାଶ୍ମୀରର କେତୋଟି ପରିବାର ସହ ଅମିର୍‌ ମାସମାସ ଧରି ମିଶିଥିଲେ, ସେଇ ପରିବାରର କାହାର ପୁଅ, କାହାର ସ୍ବାମୀ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହୋଇ ପ୍ରାଣ ହରାଇଥିଲେ। ଅମିର୍‌ ଯେତେବେଳେ ସେମାନଙ୍କ ସହ ମିଶିଲେ, ତାଙ୍କ ଦୁଃଖ, କୋହ, ଅଭିମାନରେ ନିଜେ ମଧ୍ୟ ଲୁହ ଛଳଛଳ ହୋଇଗଲେ। ଫନାରେ ଅଭିନୟ ସମୟରେ ଅଧିକାଂଶ ଥର ସେ ଭାବବିହ୍ବଳ ହୋଇଯାଉଥିଲେ, ସେଟ୍‌ରେ କେବଳ ରିଷି ସାର୍‌ ଓ କାଜଲ୍‌ଙ୍କ ଥଟ୍ଟାମଜାରେ ହିଁ ଅମିର୍‌ ନିଜକୁ ସହଜ କରୁଥିଲେ। ସୁଟିଂ ଶେଷ ପୂର୍ବରୁ ଅମିର୍‌ ନିର୍ଦେଶକଙ୍କୁ କହିଲେ, କୁନାଲ୍‌ ଏଇ ଆତଙ୍କବାଦୀ ଚରିତ୍ରରେ କାମ କରିବା ଏହା ମୋର ପ୍ରଥମ, ଶେଷ କାମ। ଏଭଳି ଚରିତ୍ର ଦ୍ବିତୀୟ ଥର କେବେହେଲେ ଚୁକ୍ତି କରିିବିନି ବୋଲି କହିଥିଲେ ଅମିର୍‌। ଫନା ମୁକ୍ତିଲାଭ ପରେ ସେହିଭଳି ୨-୩ଟି କାହାଣୀ ପୁଣି ଅମିର୍‌ଙ୍କ ସାମ୍ନାସାମ୍ନି ହୋଇଥିଲା, କିନ୍ତୁ ​‌େ​‌ସ କାମ କରିବାକୁ ଚାହିଁନଥିଲେ।

Comments are closed.