ଦିଲ୍ଲୀରେ ଫେରିବ ଆପ୍, ବିଜେପିକୁ ମିଳିବନି ବହୁମତ: ଏକ୍ଜିଟ୍ ପୋଲ୍
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ କ୍ଷମତାକୁ ଫେରିବ ଆମ୍ ଆଦମୀ ପାର୍ଟି(ଆପ୍)। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ରାଜଧାନୀରେ ସରକାର ଗଡ଼ିବେ। ମାତ୍ର କେନ୍ଦ୍ରରେ କ୍ଷମତାଶୀନ ବିଜେପି ସରକାରକୁ ଦିଲ୍ଲୀରେ ବହୁମତ ମିଳିବ ନାହିଁ। ଭୋଟ ଗ୍ରହଣ ପରବର୍ତ୍ତୀ ଏକ୍ଜିଟ୍ ପୋଲରେ ଏଭଳି ପୂର୍ବାନୁମାନ କରିଛନ୍ତି ଜାତୀୟ ସ୍ତରର ଗଣମାଧ୍ୟମ।
ଏକ୍ଜିଟ୍ ପୋଲ୍ ଫଳାଫଳ ଅନୁସାରେ ଦିଲ୍ଲୀର ୭୦ ବିଧାନସଭା ଆସନ ମଧ୍ୟରୁ ଅର୍ଦ୍ଧାଧିକ ଆସନ ଆପ୍କୁ ମିଳିବ। ଏହି ଦଳ ୪୦ରୁ ୬୩ ଆସନରେ ବିଜୟ ହାସଲ କରିବ। ସେହିପରି ବିଜେପି ୧୨ରୁ ୨୬ଟି ଆସନ ମଧ୍ୟରେ ବିଜୟୀ ହେବ। କଂଗ୍ରେସ ୧ରୁ ୪ଟି ଆସନ ହାତେଇବ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକ୍ଜିଟ୍ ପୋଲରେ ଦର୍ଶାଯାଇଛି।
ମୋଟ ଆସନ(୭୦) ଆପ୍ ବିଜେପି କଂଗ୍ରେସ
ନ୍ୟୁଜ ଏକ୍ସ-ପୋଲ୍ସ ଷ୍ଟାର୍ଟ ୫୦-୫୬ ୧୦-୧୪ ୦-୧
ଇଣ୍ଡିଆ ନ୍ୟୁଜ ନେଶନ ୫୫ ୧୪ ୧
ରିପବ୍ଲିକ୍ ଜନ୍ କି ବାତ୍ ୪୮-୬୧ ୯-୨୧ ୧
ସୁଦର୍ଶନ ନ୍ୟୁଜ ୪୦-୪୫ ୨୪-୨୮ ୨-୩
ନ୍ୟୁଜ୍ ଏକ୍ସ-ନେଟା ୫୩-୫୭ ୧୧-୧୭ ୦-୨
ଏବିପି ନ୍ୟୁଜ-ସି ଭୋଟର ୪୯-୬୩ ୫-୧୯ ୦-୪
ଟାଇମ୍ସ ନାଓ-ଆଇପିଏସଓଏସ ୪୪ ୨୬ ୦
Comments are closed.