ଏଣିକି ଟଙ୍କା ନୁହେଁ ପ୍ଲାଷ୍ଟିକ ଦେଇ ଆହାର କେନ୍ଦ୍ରରେ ଖାଇବେ ମିଲ୍

ଭୁବନେଶ୍ୱର: ସହରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ଏବେ ଆହାର କେନ୍ଦ୍ରରେ ୫ଟଙ୍କା ବଦଳରେ ବର୍ଜ୍ୟ ପ୍ଲାଷ୍ଟିକ୍ ଦେଇ ମିଲ୍ ଖାଇ ପାରିବେ। ଏହାକୁ ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ଆଜି ଠାରୁ ଆହାର କେନ୍ଦ୍ରରେ ଏହି ନିୟମ ଲାଗୁ ହୋଇଛି। ବର୍ଜ୍ୟ ପ୍ଲାଷ୍ଟିକ୍ ଦେଇ ଆହର କେନ୍ଦ୍ର ଲୋକେ ମିଲ୍ ଖାଉଥିବା ଦେଖିବାକୁ ମିଳିଛି। ନିୟମ ଅନୁଯାୟୀ ଅଧା କିଲୋ ପ୍ଲାଷ୍ଟିକ୍ ବଦଳରେ ଆହାର ମିଲ୍ ଖାଇପାରିବ। କିନ୍ତୁ ଜଣେ ଲୋକ ଦିନକୁ ଏକ କେଜି ବର୍ଜ୍ୟ ପ୍ଲାଷ୍ଟିକ୍ ଦେଇ ପାରିବେ। ବିଏମସିର ଏହି ପ୍ରୟାସକୁ ସମସ୍ତେ ସ୍ବାଗତ କରିଛନ୍ତି।

Comments are closed.