ସକାଳ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ବର: କରୋନାକୁ ଦୃଷ୍ଟରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସ୍କୁଲ, କଲେଜ, ଶପିଂ ମଲ୍ ବନ୍ଦ କରିଥିବା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଆହାର କେନ୍ଦ୍ରଗୁଡ଼ିକକୁ ନେଇ କେତେକ ନିର୍ଦେଶନାମା ଜାରି ହୋଇଛି।

ଏଣିକି ଆହାର କେନ୍ଦ୍ରଗୁଡ଼ିକ ସକାଳ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ। ଧାଡ଼ିରେ ଲୋକେ ରହିବେ ଏବଂ ପରସ୍ପର ମଧ୍ୟରେ ଅତିକମରେ ଦେଢ଼ ମିଟର ଦୂରତା ରଖିବେ। ଆହାର କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭଲ ଭାବେ ହାତ ଧୋଇବେ। ସେଥିଲାଗି ସାବୁନ୍ ବା ହ୍ୟାଣ୍ଡ ୱାସର ବ୍ୟବସ୍ଥା କରାଯିବ ଏବଂ ବାହାରେ ଡଷ୍ଟବିନ୍ ରଖାଯିବା। କେବଳ ଏତିକି ନୁହେଁ, କୁପନ ବାବଦକୁ ଲୋକେ ବାକ୍ସରେ ଟଙ୍କା ପକାଇବେ। ଏହାକୁ ତଦାରଖ କରିବା ପାଇଁ ଆହାର କେନ୍ଦ୍ରଗୁଡ଼ିକରେ ପୁଲିସ କର୍ମଚାରୀ ନିୟୋଜିତ ରହିବେ। ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।

Comments are closed.