ଅକ୍ଟୋବର ୨୮ରୁ ୩୧, ଆଧାର ହାକାଥନ୍‍-୨୦୨୧

ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଓ ଯୁବଗୋଷ୍ଠୀ ମଧ୍ୟରେ ନବୀକରଣର ଭାବନା ଜାଗ୍ରତ କରିବା ଲକ୍ଷ୍ୟରେ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ‘ଆଧାର ହାକାଥନ୍‍-୨୦୨୧’ ଆୟୋଜନ କରୁଛି। ଏହା ଆସନ୍ତା ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ହାକାଥନ ପାଇଁ ପ୍ରବଳ ସମର୍ଥନ ମିଳୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ନବୀକରଣ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଚଳମାନ ପ୍ରକ୍ରିୟା। ଆଧାର ହାକାଥନ-୨୦୨୧ ଲୋକମାନଙ୍କ ଅଭିଜ୍ଞତା ବୃଦ୍ଧି କରିବ। ଏହି ହାକାଥନରେ ବିଭିନ୍ନ ଇଞ୍ଜନିୟରିଙ୍ଗ ପ୍ରତିଷ୍ଠାନ, ଆଇଆଇଟି ଓ ଏନଆଇଟିର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। ଏପର୍ଯ୍ୟନ୍ତ ୨ହଜାର ୭୦୦ ଜଣ ପଞ୍ଜିକରଣ କରିସାରିଛନ୍ତି। ଆଧାର ହାକାଥନ-୨୦୨୧ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ https://hackathon.uidai.gov.in/ରେ ଉପଲବ୍ଧ ହେଉଛି।

Comments are closed.