ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ପଧାନପଡ଼ା ଗ୍ରାମର ବିକାଶ ଦେହୁରୀ (୨୨) ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଗତ ୨୦ ତାରିଖରୁ ଅପହରଣ କରି ନେଇଯାଇଥିବା ପାଟଣା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ପାଟଣା ଥାନା ଅଧିକାରୀ ସୋମନାଥ ଜେନାଙ୍କ ନିର୍ଦ୍ଦେଶକ୍ରମେ ସବ ଇନ୍ସପେକ୍ଟର ଅରୂପ କୁମାର ସାମଲ ଘଟଣାର ତଦନ୍ତ କରୁଥିବା ବେଳେ ଗତକାଲି ସଂପୃକ୍ତ ଯୁବକ ଓ ନାବାଳିକା ନିଜ ଗ୍ରାମକୁ ଫେରିଥିବା ଜାଣି ପାଟଣା ପୁଲିସ ଯୁବକକୁ ପୋକ୍ସୋ ଆକ୍ଟରେ ଗିରଫ କରିଛି। ଆଜି ନାବାଳିକାର ଡାକ୍ତରୀ ମାଇନା କରାଯିବା ସହ ସଂପୃକ୍ତ ଯୁବକ କୁ କୋର୍ଟ ଚାଲାଣ କରାଯାଇଛି।