୧୨୫୦୦ ଫୁଟ ଉଚ୍ଚ ପର୍ବତାରୋହ , ୯୫ ଫୁଟ ତ୍ରିରଙ୍ଗା ଉଡ଼ାଇ ବିଶ୍ବରେକର୍ଡ

କଟକ: ଇଣ୍ଡିଆନ ଆଡ୍‌ଭେଞ୍ଚର ଫାଉଣ୍ଡେସନ ଆନୁକୂଲ୍ୟରେ ଉତ୍ତରାଖଣ୍ଡର କେଦାରକୁଣ୍ଡରେ ୭ ଦିନ ଧରି ଜାତୀୟସ୍ତରୀୟ ପର୍ବତାରୋହଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଦୁଃସାହସିକ କାର୍ୟ୍ୟକ୍ରମରେ ଓଡ଼ିଶାରୁ ୬ଜଣ ଯୁବକ ଯୁବତୀଙ୍କ ସମେତ ସାରା ଦେଶରୁ ୩୩ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ। ଇଫ୍‌ରାହିମ୍‌ ଅହମ୍ମଦଙ୍କ ତତ୍ତ୍ବାବଧାନରେ ପର୍ବତାରୋହୀମାନେ ୧୨୫୦୦ ଫୁଟ୍‌ର ପର୍ବତକୁ ଆରୋହଣ କରିବା ସହିତ ସାଂକରୀ ଜିଲାର କେଦାରକୁଣ୍ଡ ପର୍ବତର ଶୀର୍ଷ ଭାଗରେ ୯୫ ଫୁଟର ଜାତୀୟ ପତାକାକୁ ଉଡାଇବା ସହିତ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହି ସଫଳତା ଇଣ୍ଡିଆନ ଆଡ୍‌ଭେଞ୍ଜର ଦ୍ବାରା ବିଶ୍ବରେକର୍ଡ ହୋଇଛି। ଓଡ଼ିଶା ପ୍ରତିନିଧି ସଦସ୍ୟ ମଣ୍ଡଳୀରେ କଟକ ଜିଲାରୁ ନିକିତା ସେଠୀ, ସୁସ୍ମିତା ପାୟଲ ସେଠୀ ଏବଂ ଖୋର୍ଦ୍ଧା ଜିଲାରୁ ଜ୍ୟୋତିର୍ମୟୀ ସାହୁ, ଶୁଭଦର୍ଶିନୀ ମଙ୍ଗରାଜ୍‌, ମନୋଜ ବେହେରା ଓ ବିରଞ୍ଚି ସାହୁ ଅଂଶଗ୍ରହଣ କରି ନିଜର ଦୁଃସାହସିକତାର ପରିଚୟ ଦେବା ସହିତ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଇଣ୍ଡିଆନ ଆଡଭେଞ୍ଚର ପରିବାର ସମସ୍ତ ସଦସ୍ୟ ତଥା ଅମିତ୍‌ କୁମାର, ପ୍ରମୋଦ ରାଣା, ଅନୀଲ ରାଣା,ରିହାନ୍, ଚେରିଙ୍ଗ ଡୋଲକର ଏବଂ ମମତା ନିଷାଦ ପ୍ରମୁଖ ସମସ୍ତ ପ୍ରତିଯୋଗୀଙ୍କୁ ସାହାର୍ୟ୍ୟ କରିବା ସହିତ ସୁଚାରୁ ରୂପେ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।

Comments are closed.