ପତ୍ନୀ ହବ ତ ଏମିତି

ଭୋପାଳ: ସାଧାରଣତଃ ଜଣଙ୍କ ଜୀବନରେ ତାଙ୍କ ପତ୍ନୀଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜଣେ ବିବାହିତା ନାରୀ ତାଙ୍କ ସ୍ୱାମୀଙ୍କ ନିକଟରେ ସବୁ ସୁଖ ଦୁଃଖ ପରିସ୍ଥିତିରେ ଛିଡା ହୋଇଥାନ୍ତି । ଏପରିକି ସ୍ୱାମୀଙ୍କ ସୁଖ ପାଇଁ ପତ୍ନୀ ଅନେକ ତ୍ୟାଗ ମଧ୍ୟ ସ୍ୱୀକାର କରିଥାନ୍ତି । ତେବେ ସଂପ୍ରତି ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି ଯେଉଁଠି ପତ୍ନୀ ନିଜ ସ୍ୱାମୀଙ୍କ ପାଇଁ ଯାହା କରିଛନ୍ତି, ତାହାକୁ ଅନେକ ଲୋକ ପ୍ରଶଂସା ନକରି ରହିପାରୁନାହାନ୍ତି । ସେମାନଙ୍କର ଏହି କାହାଣୀ ଐଶ୍ୱର୍ଯ୍ୟା ରାୟ, ସଲମନ ଖାଁ ଏବଂ ଅଜୟ ଦେବଗନ ଅଭିନୀତ ‘ହମ୍‌ ଦିଲ ଦେ ଚୁକେ ସନମ୍‌’ ଠାରୁ ମଧ୍ୟ କିଛି କମ୍‌ ନୁହେଁ ।
ଜଣାଯାଇଛି ଯେ ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଅନ୍ୟ ଜଣେ ଯୁବତୀଙ୍କ ସହିତ ତାଙ୍କର ବିବାହ ସଂପନ୍ନ ହେଲା । ସେ ନିଜ ପତ୍ନୀଙ୍କୁ ମଧ୍ୟ ଖୁବ ଆଦର କରୁଥିଲେ । ତେବେ ବିବାହ ପରେ ମଧ୍ୟ ସେ ନିଜର ପ୍ରେମିକାଙ୍କୁ ଭୁଲି ପାରିଲେ ନାହିଁ । ତାଙ୍କୁ ବିବାହ କରିବାକୁ ଚାହିଁଲେ । କିନ୍ତୁ ପ୍ରଥମ ପତ୍ନୀଙ୍କୁ ଛାଡିବାକୁ ପ୍ରସ୍ତୁତ ନଥିଲେ । ଏକ ସମୟରେ ଦୁଇଜଣଙ୍କୁ ପାଖରେ ରଖିବାର ଇଛା ନିଜ ପତ୍ନୀଙ୍କୁ ଜଣାଇଲେ । ଏଥିରେ ତାଙ୍କ ପତ୍ନୀ ଦୁଃଖିତ କିମ୍ବା ଉତକ୍ଷିପ୍ତ ହୋଇନଥିଲେ । ସେ ମଧ୍ୟ ବହୁ ଚେଷ୍ଟା କରିଥିଲେ ନିଜ ସ୍ୱାମୀଙ୍କୁ ତାଙ୍କ ପ୍ରେମିକାଙ୍କ ସହିତ ମିଶାଇବାକୁ । କିନ୍ତୁ ସେ ଥାଉ ଥାଉ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବା ଆଇନତଃ ସମ୍ଭବ ନଥିଲା । ସେଥିପାଇଁ ବିବାହାର ତିନିବର୍ଷ ପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଦେଲେ । ସ୍ୱାମୀ ତାଙ୍କ ପ୍ରେମିକାଙ୍କୁ ଯେଭଳି ବିବାହ କରିବେ, ସେଥିପାଇଁ ଏତେବଡ ବଳିଦାନ ଦେଲେ ଏହି ମହିଳା । ଏହି ଖବର ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହୋଇଛି । ଅନେକ ଏହା ଉପରେ ମନ୍ତବ୍ୟ ଦେଇ କହିଛନ୍ତି, ପତ୍ନୀ ହବ ତ ଏମିତି (ବିବି ହୋ ତୋ ଐସି) ।

Comments are closed.