ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟ୍ବେଣ୍ଟି୨୦, ମ୍ୟାଚ୍‌ ମଝିରେ ପଡ଼ିଆରେ ସାପ

ଗୁଆହାଟୀ: ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ବେଳେ ପଡ଼ିଆରେ ଏକ ସାପ ଦେଖିବାକୁ ମିଳିଥିଲା। ଭାରତ ଇନିଂସର ୮ମ ଓଭରରେ ପଡ଼ିଆରେ ସାପ ଦେଖାଯିବା ମାତ୍ରେ ଖେଳାଳିମାନେ ବହୁତ ଡରି ଯାଇଥିଲେ। ସେମାନେ ଦୌଡ଼ି ମଝି ପଡ଼ିଆକୁ ଚାଲି ଯାଇଥିଲେ। ଖେଳକୁ ବନ୍ଦ ରଖା ଯାଇଥିଲା। ତୁରନ୍ତ ସୁରକ୍ଷାକମୀ ଓ ସାପ ଧରାଳି ଆସି ଏହାକୁ ବାହାରକୁ ନେଇ ଯାଇଥିଲେ। ୧୦ ମିନିଟ ବନ୍ଦରହିବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା। ପ​‌େ​‌ର ଟିଭି ଭାଷ୍ୟକାର ଜଣାଇଥିଲେ ଯେ ରବିବାର ପଡ଼ିଆରେ ଏହା ପ୍ରଥମ ସାପ ନଥିଲା। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଆଉ ଗୋଟିଏ ସାପ ପଡ଼ିଆରେ ଦେଖିବାକୁ ମିଳିଥିଲା; ଯାହାକୁ ଗ୍ରାଉଣ୍ଡଷ୍ଟାଫ୍‌ କାଢ଼ିଥିଲେ। ଉଭୟ ସାପ ବିଷାକ୍ତ ଥିଲେ କି ନାହିଁ; ତାହା ଜଣା ପଡ଼ିନାହିଁ। ପ୍ରକୃତରେ ଭାରତୀୟ କ୍ରିକେଟ୍‌ ଗ୍ରାଉଣ୍ଡରେ ସାପ ଦେଖାଯିବା ଏକ ବିରଳ ଘଟଣା। କ୍ରିକେଟ୍‌ ମ୍ୟାଚ୍‌ ମଧ୍ୟରେ କୁୁକୁର, ବିଲେଇ ପ୍ରଭୃତି ସାଧାରଣତଃ ଦେଖା ଯାଇଥାଏ। ହେଲେ ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଚାଲିଥିବା ବେଳେ ସାପ ବାହାରିବା କ୍ରିକେଟ୍‌ ଦୁନିଆରେ ଆଲୋଡ଼ନ ସୃଷ୍ଟିକରିଛି। କେବଳ ସାପ ନୁହେଁ; ଫ୍ଲଡ୍‌ ଲାଇଟ୍‌ ଅଚଳ ହେବା ଯୋଗୁଁ ମଧ୍ୟ ଦକ୍ଷିଣ ଆଫ୍ରିକା ଇନିଂସରେ ବେଶ୍‌ କିଛି ସମୟ ପାଇଁ ମ୍ୟାଚ୍‌କୁ ବନ୍ଦ ରଖା ଯାଇଥିଲା।

Comments are closed.