ଦୁର୍ଘଟଣା ପରେ… ୨୦୦ ଫୁଟ ପର୍ଯ୍ୟନ୍ତ ଉଡ଼ି ଚର୍ଚ୍ଚରେ ପିଟିହେଲା କାର, ଦେଖନ୍ତୁ ଭିଡିଓ

ୱାର୍‌ସ: ଏକ ଡିଭାଇଡରକୁ ଧକ୍କା ଦେବା ପରେ ଗୋଟିଏ କାର୍‌ ୨୦୦ ଫୁଟ ଦୂରତା ପର୍ଯ୍ୟନ୍ତ ଉଡ଼ିଯାଇ ଚର୍ଚ୍ଚରେ ପିଟିହୋଇଛି। ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି ପୋଲାଣ୍ଡର ରାବିଏନ ସହରରେ। ଡ୍ରାଇଭିଂ କରୁଥିବା କାର ମାଲିକ ଗୁରୁତର ଆହତ ହୋଇଥିବାବେଳେ କାରଟି ଦୁର୍ଘଟଣା ଯୋଗୁ ଚୂରମାର ହୋଇଯାଇଛି। ଏହା ଏକ ଥାର୍ଡ ଜେନେରେଶନ ସୁଜୁକି ସୁଇଫ୍ଟ କାର ବୋଲି ଜଣାପଡ଼ିଛି। ଦୁର୍ଘଟଣାର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

୨୦ ସେକେଣ୍ଡର ଉକ୍ତ ଭିଡିଓରେ ଦେଖାଯାଇଛି ଯେ, ଡ୍ରାଇଭର ଜଣକ ଅତି ଦ୍ରୁତଗତିରେ ଗାଡ଼ିଟିକୁ ଚଳାଇ ଯାଉଥିଲେ। ସାମ୍ନାରେ ଏକ ଗୋଲାକାର ଡିଭାଇଡର ପଡ଼ିବାରୁ ଗାଡ଼ିଟି ସେଥିରେ ପିଟି ହୋଇଯାଇଥିଲା। ଏହା ପରେ ଗାଡ଼ିଟି ପ୍ରାୟ ୨୦୯ ଫୁଟ ପର୍ଯ୍ୟନ୍ତ ଉଡ଼ି ଯାଇ ୨୩ ଫୁଟ ଉଚ୍ଚତାରେ ଥିବା ଗୋଟିଏ ଚର୍ଚ୍ଚ କୋଠାରେ ପିଟି ହୋଇଯାଇଥିଲା। ଗାଡ଼ି ଚଳାଉଥିବା ୪୧ ବର୍ଷୀୟ ଡ୍ରାଇଭର ଆଲକୋହଲ ନିଶାରେ ଗାଡ଼ି ଚଳାଉଥିବା ପୁଲିସ ସନ୍ଦେହ କରୁଛି। ତେବେ ଏହି ଦୁର୍ଘଟଣାରେ ଅନ୍ୟ କାହାରି କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି।

Comments are closed.