ସକାଳ @୯ ମୁଖ୍ୟ ଖବର

(୧) ଓଡ଼ିଶାରେ ରାଜନୀତି ଚାଣକ୍ୟ… ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର​‌ରେ ପହଞ୍ଚିଛନ୍ତି ଅମିତ ଶାହା..  ଆଉ କିଛି ସମୟ ପରେ ଲିଙ୍ଗରାଜଙ୍କୁ କରିବେ ଦର୍ଶନ.. ସେଠାରୁ କଟକ ଯାଇ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ.. ପରେ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ କରିବେ ସାମିଲ…

(୨) ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ… ଅପରାହ୍ଣ ୪ଟାରେ ପରୀକ୍ଷାଫଳ ଦେଖିପାରି​‌ବେ ଛାତ୍ରଛାତ୍ରୀ… www.odisharesults.nic.inରେ ଉପଲବ୍ଧ ହେବ ଫଳ… ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା… ଚଳିତ ବର୍ଷ କଳା ଓ ଧନ୍ଦାମୂଳକରେ ପରୀକ୍ଷା ଦେଇଛନ୍ତି ୨ଲକ୍ଷ ୩୭ ହଜାର ପରୀକ୍ଷାର୍ଥୀ…

(୩) ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଆସୁଛନ୍ତି ଓଡ଼ିଶା… ଗତକାଲି ନୀତିଆୟୋଗ ବୈଠକରେ ଉଠାଇଥିଲେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ.. ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାଇଁ କରିଥିଲେ ଦାବି.. ଆଜି ଓଡ଼ିଶାରେ ପହଞ୍ଚିବା ପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେବେ ଯୋଗଦାନ…

(୪) ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କମାଲ ଦେଖାଉଛି ଭାରତ… ଦଶମ ଦିନରେ ହାତେଇଲା ଆଉ ୧୫ ପଦକ… ୫ସ୍ବର୍ଣ୍ଣ, ୪ ରୌପ୍ୟ, ଓ ୬ଟି ବ୍ରୋଞ୍ଜ କଲା ହାସଲ… ମୋଟ୍‌ ୫୫ ପଦକ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଭାରତର ନାଁ…

Comments are closed.