ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି ଯୁବମୋର୍ଚ୍ଚା

ପିପିଲି : ଦିବଂଗତ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମ୍ପୃକ୍ତି ଅଛି କି’ ନାହିଁ ତାହାର ତଦନ୍ତ ହେବା ଦରକାର ବୋଲି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥି ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଛି । ରୁଦ୍ରଙ୍କ ଏହି ମନ୍ତବ୍ୟର ପ୍ରତିବାଦରେ ପିପିଲି ଡେଲାଙ୍ଗ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବୁଧବାର ଅପରାହ୍ନରେ ପିପିଲିରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ସ୍ଥାନୀୟ ପେଟ୍ରୋଲ ଟାଙ୍କି ଛକ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରୁ ଯୁବମୋର୍ଚ୍ଚାର କର୍ମୀମାନେ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିବା ସହ ମୁଖ୍ୟମନ୍ତ୍ରୀ ଓ ବିଧାୟକ ରୁଦ୍ରଙ୍କ ବିରୋଧରେ ନାରାବାଜି କରିଥିଲେ। ପିପିଲି ହାଟଛକ ଠାରେ ଏକ ପ୍ରତିବାଦ ସଭାରେ ବିଧାୟକ ମନଗଢା କାହାଣୀ ତିଆରି କରିଛନ୍ତି ବୋଲି ଯୁବମୋର୍ଚ୍ଚାର ନେତାମାନେ ଅଭିଯୋଗ କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ବିଜେପିର ପିପିଲି ମଣ୍ଡଳ ସଭାପତି ସୁକାନ୍ତ ଭଟ୍ଟ, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ, ବରିଷ୍ଠନେତା ଶୁଭାଶିଷ ରଥ, ସୁକାନ୍ତ କୁମାର ଦାଶ, ରାମଚନ୍ଦ୍ର ମହାପାତ୍ର, ପବନୀ ବେହେରା, ବିଜେପି ସଂଖ୍ୟାଲଘୁ ନେତା ଆଲେଜହୁର ଖାନ ପ୍ରମୁଖଙ୍କ ସହଯୋଗରେ ଯୁବମୋର୍ଚ୍ଚା ନେତା ତଥା ସମିତିସଭ୍ୟ ଗଦାଧର ପରିଡ଼ା, ସରପଞ୍ଚ ସୌମ୍ୟକାନ୍ତ ଦାଶ, ଅଶ୍ୱିନୀ ସାହୁ, ଦେବୀପ୍ରସାଦ ମଲ୍ଲିକ, ଦେବୀପ୍ରସାଦ ତ୍ରିପାଠୀ, ସନ୍ତୋଷ ବରାଳ, ବିଜୟ କେତନ ଜେନା ପ୍ରମୁଖ ଯୋଗଦେଇଥିଲେ ।

Comments are closed.