MEllora 950×100

ସକାଳ @୯ ମୁଖ୍ୟ ଖବର

(୧) ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ ଆରମ୍ଭ… କନକ୍ଲେଭରେ ଭାଗ ନେବେ ୧୧,୬୦୦ରୁ ଅଧିକ ସଂସ୍ଥା… ସ୍ୱାବଲମ୍ବୀ ହୋଇପାରିବେ ଓଡ଼ିଶାର ଯୁବପିଢ଼ି… ଆୟୋଜିତ କନକ୍ଲେଭରେ ହୋଇଛି ୩୮ଟି କାର୍ଯ୍ୟକ୍ରମ ନିର୍ଦ୍ଧାରଣ…

(୨) ଦୁଲୁକୁଛି ପଦ୍ମପୁର… ପ୍ରଚାରରେ କମ୍ପୁଛି ନିର୍ବାଚନମଣ୍ଡଳି… ବିଜେପି ପକ୍ଷରୁ ଘନଘନ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ… ବିଜେଡି ମଧ୍ୟ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ କରୁଛି ପ୍ରଚାର… ଦୁଇ ତାରିଖରେ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କଂଗ୍ରେସ ମଧ୍ୟ କରୁଛି କସରତ…

(୩) ରାଜରାସ୍ତାରେ କଟୁଛି ଶିକ୍ଷକଙ୍କ ରାତି… ଗଣଶିକ୍ଷା ମନ୍ତ୍ରୀଙ୍କ ମିଳୁନି ଦେଖା… ଚତୁର୍ଥ ଦିନରେ ପହଞ୍ଚିଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ… ଠପ୍‌ ହେଲାଣି ରାଜ୍ୟରେ ଶିକ୍ଷା ବ୍ୟବସ୍ଥା… ସରକାରଙ୍କ ନାହିଁ ନଜର… ପଦ୍ମପୁରରେ ପଡ଼ିଛି ଡେରା… ସେପଟେ ପିଏମଜିରେ ଗର୍ଜିଲେ ଆଶାକର୍ମୀ… ଅଙ୍ଗନବାଡ଼ିଙ୍କ ରଣହୁଙ୍କାର…

(୪) ଅର୍ଚ୍ଚନା ନାଗ ମାମଲା… ଆଜି ପଡ଼ିବ କାହାର ପାଳି…? ପ୍ରବର୍ତ୍ତନ ନିର୍ଦେଶାଳୟରେ କିଏ ହେବେ ହାଜର… ଗତକାଲି ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନାଙ୍କ ଡ୍ରାଇଭର ହୋଇଛନ୍ତି ଜେରା… ପ୍ରଯୋଜକ ଓ ବ୍ୟବସାୟୀଙ୍କ ପ​‌ରେ ଇଡି ଅଫିସରେ ପଡ଼ିପାରେ ନେତାଙ୍କ ପାଦ… କେଉଁ ମୋଡ଼ ନେବ ଲେଡି ବ୍ଲାକମେଲର କ୍ୱିନ୍‌ ମାମଲା…

(୫) କାହାର ହେବ ଗୁଜରାଟ ?… ନିର୍ବାଚନ ପାଇଁ କଡ଼ା କସରତ କରିଛନ୍ତି ସମସ୍ତ ଦଳ … ଆସନ୍ତାକାଲି ୮୯ଟି ଆସନ ପାଇଁ ହେବ ମତଦାନ… ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଗୁଜରାଟବାସୀ… ଗଡ଼ ବଞ୍ଚାଇବାକୁ ବିଜେପିର ଜୋରଦାର ପ୍ରୟାସ… କଂଗ୍ରେସ ଓ ଆପ୍‌ ମଧ୍ୟ କରିଛନ୍ତି କଡ଼ା କସରତ…

(୬) ଶ୍ରୀମନ୍ଦିରରେ ଆଜି ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ… ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ଦର୍ଶନ ଦେବେନି ଶ୍ରୀଜିଉ… ସିଂହାସନରେ ଦାରୁବ୍ରହ୍ମଙ୍କ ହେବ ବନକଲାଗି ନୀତି… ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର କରିବେ ଦତ୍ତ ମହାପାତ୍ର ସେବକ…

(୭) ଜାଡ଼ରେ ଥରୁଛି ଓଡ଼ିଶା… ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ… ରାତିରେ ଖସୁଛି ତାପମାତ୍ରା… ଅନେକ ସ୍ଥାନରେ ଦେଖାଦେଲାଣି କୁହୁଡ଼ି… ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଛନ୍ତି ଲୋକେ…

 

Comments are closed.