ସକାଳ @୯ ମୁଖ୍ୟ ଖବର

(୧) ରାଜସ୍ଥାନରେ କଂଗ୍ରେସ ଦୁଇଫାଳ… ପାଇଲଟ ଓ ଗେହଲଟକୁ ନେଇ ଭାଗ ହେଲା କଂଗ୍ରେସ… ଇସ୍ତଫା ଦେଲେ ଗେହଲଟଙ୍କ ୯୨ଜଣ ସମର୍ଥକ ବିଧାୟକ… ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ୱକୁ ନେଇ ତାତୁଛି କଂଗ୍ରେସ… ରାତି ଅଧରେ ବାଚସ୍ପତିଙ୍କ ସହ ବସିଲା ଅସନ୍ତୁଷ୍ଟ ବିଧାୟକଙ୍କ ବୈଠକ…

(୨) ସରଗରମ ହେବ ରାଜ୍ୟ ରାଜନୀତି… ୨୯ରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା… ନେତାଙ୍କ ସହ ୨୦୨୪ ନିର୍ବାଚନକୁ ନେଇ କରିବେ ବୈଠକ… ସେପଟେ ସେହିଦିନ ବିଜେଡି ନେତାଙ୍କୁ ମନ୍ତ୍ରଦେବେ ସୁପ୍ରିମୋ… କଂଗ୍ରେସ ମଧ୍ୟ ‘ଭାରତ ଯୋଡ ଯାତ୍ରା’କୁ ନେଇ କରିବ ବୈଠକ…

(୩) ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… କୁଲୁ ବଞ୍ଜାର ଭ୍ୟାଲି ଘଆଗିରେ ଓଲଟିଲା ଟୁରିଷ୍ଟ ବସ୍‌… ୭ ମୃତ, ୧୦ ଆହତ… ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ମୃତକଙ୍କ ମଧ୍ୟରେ ରହିଛନ୍ତି ୫ଜଣ ଯୁବକ ଓ ୨ଜଣ ଯୁବତୀ… ଯାତ୍ରୀଙ୍କ ମଧ୍ୟରେ ୩ଜଣ ଆଇଆଇଟି ବାରାଣାସୀ ଛାତ୍ର ଥିବା ସୂଚନା…

(୪) କୋରାପୁଟ କିକିରିଗୁମାରେ ହାଇଓ୍ୱା-ବାଇକ୍‌ ଦୁର୍ଘଟଣା, ୨ ମୃତ… ଜଣେ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି… ବାଇକରେ ୩ଜଣ ଫେରୁଥିବା ବେଳେ ଧକ୍କା ଦେଇଥିଲା ବକ୍ସାଇଟ୍‌ ବୋଝେଇ ହାଇଓ୍ୱା… ଘଟଣାସ୍ଥଳରେ ତଦନ୍ତ କରୁଛି ପୁଲିସ…

(୫) ମୋହନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ରାଇସିଂ ଘାଟିରେ ଓଲଟିଲା ବସ୍‌… ଅଳ୍ପକେ ବର୍ତ୍ତିଲେ ୨୩ ଜଣ ଯାତ୍ରୀ… କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିବା ସୂଚନା… ରାୟଗଡ଼ାରୁ ବ୍ରହ୍ମପୁର ଯିବା ବେଳେ ଘଟିଥିଲା ଦୁର୍ଘଟଣା…

(୬) ଘୂର୍ଣ୍ଣିବଳୟ ପ୍ରଭାବରେ ଭିଜିବ ଓଡ଼ିଶା… କୁମାର ପୂର୍ଣ୍ଣିମା ଯାଏଁ ଲାଗିରହିବ କାଉଁଳିଆ ପାଗ… ଆଜି ୧୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

Comments are closed.