ସକାଳ @୯ ମୁଖ୍ୟ ଖବର

(୧) ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଆଜି ହେବ ଶେଷକୃତ୍ୟ… ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତିମ ସଂସ୍କାର… ଉପସ୍ଥିତ ରହିବେ ପରିବାର ଓ ଘନିଷ୍ଠ ସମ୍ପର୍କୀୟ… ମୁଖାଗ୍ନିଦେବେ ପୁଅ ଆୟୁଷ୍ମାନ… ଗତକାଲି ରାଜୁ ଶ୍ରୀବାସ୍ତବଙ୍କ ହୋଇଥିଲା ପରଲୋକ…

(୨) ଆଜିଠୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ… ଉଚ୍ଚ ମାଧ୍ୟମିକ ବଦ୍ୟାଳୟରେ ପାଠପଢ଼ିବେ ଛାତ୍ରଛାତ୍ରୀ… ଚଳିତ ବର୍ଷ ଯୁକ୍ତ ୨ରେ ନାମ ଲେଖାଇଛନ୍ତି ସାଢ଼େ ୩ଲକ୍ଷ ଶିକ୍ଷାର୍ଥୀ… ଆଜି ପ୍ରଥମ କରି କ୍ଲାସ୍‌ ଆରମ୍ଭ ହେବାକୁ ନେଇ ଖୁସିରେ​‌ ଅଛନ୍ତି ଛାତ୍ରଛାତ୍ରୀ…

ଡାକ୍ତରଙ୍କୁ ଚପଲରେ ମାଡ଼; ଦେଖନ୍ତୁ ଭିଡିଓ

(୩) ଆଜି କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି… ୨୪ରୁ ୩୦ ମଧ୍ୟରେ ନାମାଙ୍କନ ଦାଖଲ କରିବେ ଆଗ୍ରହୀ ପ୍ରାର୍ଥୀ… ଅକ୍ଟୋବର ୧୭ରେ ହେବ କଂଗ୍ରେସ ସଭାପତି ନିର୍ବାଚନ… ୧୯ ତାରିଖରେ ପ୍ରକାଶ ପାଇବ ଫଳାଫଳ…

(୪) ପୁଟିନଙ୍କ ପରମାଣୁ ଧମକ ପ୍ରସଙ୍ଗ… କଡା ସମାଲୋଚନା କଲେ ଆମେରିକା ରାଷ୍ଟ୍ରପତି… ବିଇଡେନ୍‌ କହିଲେ, ୟୁଏନ୍‌ ଚାଟକୁ ଉଲ୍ଲଂଘନ କରୁଛି ରୁଷ… ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟକୁ ପ୍ରଶଂସା… ଏସିୟ ବୈଠକରେ ମେଦି କହିଥିଲେ ବର୍ତ୍ତମାନ ନୁହେଁ ଯୁଦ୍ଧର ସମୟ…

(୫) ରାଜ୍ୟରେ ଆଜିଠୁ କମିବ ଲଘୁଚାପ ପ୍ରଭାବ… ଧୀରେ ଧୀରେ ହ୍ରାସ ପାଇବ ବର୍ଷାର ପରିମାଣ… ସ୍ୱାଭାବିକ ବର୍ଷା ଠାରୁ ରାଜ୍ୟରେ ଅଧିକ ୫ ପ୍ରତିଶତ ବର୍ଷା ରେକର୍ଡ… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ବାବାଙ୍କ ମୁଣ୍ଡରେ ଚାଲୁଛି ଫ୍ୟାନ୍‌; ଦେଖନ୍ତୁ ଭଡିଓ

Comments are closed.