ସକାଳ @୯ ମୁଖ୍ୟ ଖବର

(୧) ଉଛୁଳୁଛି ହୀରାକୁଦ… ବର୍ତ୍ତମାନ ସୁଦ୍ଧା ଖୋଲା ରହିଛି ୪୦ଟି ଗେଟ୍‌… ଡ୍ୟାମରୁ ନିଷ୍କାସିତ ହେଉଛି ୬ଲକ୍ଷ ୭୧ହଜାର ୮୯୭ କ୍ୟୁସେକ ଜଳ … ପ୍ରବେଶ କରୁଛି ୫ଲକ୍ଷ ୯୮ହଜାର ୮୪୯ ଘନଫୁଟ ପାଣି… ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ରହିଛି  ୬୨୬,୮୭ ଫୁଟ୍‌…

(୨) କୁଶଭଦ୍ରା ନଦୀରେ ୨୫ ଫୁଟର ଘାଇ… ଗୋପ ଗଣେଶ୍ବରପୁର ପଞ୍ଚାୟତ ଖଣ୍ଡିଆକୁଦରେ ଘାଇ ହୋଇଥିବା ସୂଚନା… ଗାଁ ଭିତରକୁ ପଶୁଛି ବନ୍ୟାପାଣି… ପ୍ରଭାବିତ ହେବେ ୬ଟି ପଞ୍ଚାୟତର ଶତାଧିକ ଗାଁ… ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ…

(୩) ଫୁଲୁଛି ମହାନଦୀ.. ଟଳମଳ ହେଲାଣି ଛତିଶଗଡ଼… ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଛତିଶଗଡ଼ରେ ବନ୍ୟା… ସ୍ଥିତି ଅସମ୍ଭାଳ ହେବାରୁ ମହାନଦୀକୁ ଛାଡ଼ୁଛି ପାଣି…  ପ୍ରତି ସେକେଣ୍ଡରେ ମହାନଦୀକୁ ଆସୁଛି ୬ଲକ୍ଷ କ୍ୟୁସେକ୍‌ ଜଳ… ଭୟରେ ରହିଛନ୍ତି ଓଡ଼ିଶା ନଦୀକୂଳିଆବାସୀ…

(୪) ଖୋର୍ଦ୍ଧାର ରାଜୁଆ ନଦୀରେ ଘାଇ… ତିରିମଲ ନିକଟରେ ୧୦୦ ଫୁଟର ଘାଇ ହୋଇଥିବା ସୂଚନା… ଗାଁ ଭିତରକୁ ପଶିଲା ବନ୍ୟାଜଳ… ପ୍ରଶାସନ ପକ୍ଷରୁ ପଦକ୍ଷେପ.. ଲୋକଙ୍କୁ ସୁରକ୍ଷିତ ଭାବେ କରାଯାଉଛି ସ୍ଥାନାନ୍ତର…

(୫) ଭୁବନେଶ୍ୱର ଉପକଣ୍ଠରେ ବନ୍ୟା… ଦୟା ନଦୀ ପାଇଁ ସୁନ୍ଦରପଦା ଆପାର୍ଟମେଣ୍ଟରେ ପଶିଲା ପାଣି… ଫସିରହିଥିବା ଲୋକଙ୍କ ସହ ଗର୍ଭବତୀଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ… ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ.. ଜଳସ୍ତର ବଢ଼ିବା ଆଶଙ୍କା… ସହର ଛାଡ଼ୁଛନ୍ତି ଗାଁ ଲୋକେ…

(୬) ବିହାର ସରକାରରେ ଏବେ ବି ଅସ୍ଥିରତା ଜାରି… ନୂଆ ମନ୍ତ୍ରୀମଣ୍ଡଳ ପରେ ଜେଡିୟୁରେ ଫାଟ…  ଶପଥ ଗ୍ରହଣ ସମାରୋହରୁ ୫ ନେତା ଦୂରେଇ ରହିବା ପରେ ବଢ଼ୁଛି ଚର୍ଚ୍ଚା…  ସେପଟେ ବିହାରରେ ସ୍ଥିତି ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ୁଛି ବିଜେପି … ଦିଲ୍ଲୀରେ ବସୁଛି ବୈଠକ…

Comments are closed.