ସକାଳ @୯ ମୁଖ୍ୟ ଖବର

(୧) ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରିବେ ଏସଆରସି… ଦିନ ସାଢ଼େ ୧୧ଟାରେ ସମ୍ଭାବ୍ୟ ବନ୍ୟାକୁ ନେଇ ବିଭିନ୍ନ ଅଧିକାରୀଙ୍କ ସହ କରିବେ ଆଲୋଚନା… ବୈଠକରେ ଉପସ୍ଥିତ ରହିବେ ଜଳସମ୍ପଦ, ଅଗ୍ନିଶମ ଓ ଓଡ୍ରାଫ୍‌ ଅଧିକାରୀ…

(୨) ଆଜି ମୁଣ୍ଡୁଳି ଅତିକ୍ରମ କରିବ ମହାନଦୀ ବନ୍ୟାଜଳ… ହୀରାକୁଦ ଡ୍ୟାମର ୩୪ଟି ଗେଟ୍‌ ଦେଇ ହେଉଛି ନିଷ୍କାସନ … ରାଜ୍ୟରେ ଛୋଟ ଧରଣ ବନ୍ୟା ଆଶଙ୍କା ଥିବା ନେଇ ସୂଚନା ଦେଲା ଜଳ ସମ୍ପଦ ବିଭାଗ… ଆତଙ୍କରେ ରହିଛନ୍ତି ତଳିଆ ଅଞ୍ଚଳବାସୀ…

(୩) ବଢ଼ିଲାଣି ବନ୍ୟା ଆଶଙ୍କା… ହୀରାକୁଦର ଗେଟ୍‌ ଖୋଲିବା ପରେ ବିଭିନ୍ନ ସ୍ଥାନରେ ଦେଖା ଦେଲାଣି ବନ୍ୟା ପରିସ୍ଥିତି… ବୀରମହାରାପୁର-ସୋନପୁର ରାସ୍ତାରେ ଚାଲୁଛି ପାଣି… ବିଜେପୁର ଉପରେ ପ୍ରବାହିତ ହେଲା ବନ୍ୟାଜଳ… ସେପଟେ ବୁଡ଼ିଲାଣି ମାଳତୀ ଯୋର ପୋଲ… ସମ୍ବଲପୁର ଓ ବୀରମହାରାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ..

(୪) ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା… ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ଲଘୁଚାପ… ଆଜି ନେବ ଅବପାତର ରୂପ… ଫଳରେ ଦୁଇ ଦିନ ଯାଏ ରାଜ୍ୟରେ ଲାଗିରହିବ ବର୍ଷା… ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା…

(୫) ଆଜି ବି ରାଜ୍ୟରେ ପ୍ରବଳ ବର୍ଷିବ… ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଫ୍ଳାସ୍‌ ଫ୍ଲଟ୍‌ ଓ ଭୂସ୍ଖଳନ ଆଶଙ୍କା… ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ…୭ ଜିଲ୍ଲାକୁ ରେଡ୍‌, ୧୬ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର..

(୬) ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଫୁଲୁଛି ମହାନଦୀ… ସକାଳ ୬ଟା ସୁଦ୍ଧା ୬୧୬.୫୬ ଫୁଟ୍‌ ରହିଛି ହୀରାକୁଦ ଜଳସ୍ତର… ଡ୍ୟାମକୁ ପ୍ରବେଶ କରୁଛି ୫,୪୧,୯୮୮ କ୍ୟୁସେକ୍‌ ଜଳ… ନିଷ୍କାସନ ହେଉଛି ୫,୬୧,୦୫୪ କ୍ୟୁସେକ୍‌ ବନ୍ୟା ପାଣି…

Comments are closed.