ସକାଳ @୯ ମୁଖ୍ୟ ଖବର

(୧) ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର… ଅଷ୍ଟମ ଥର ଲାଗି ପିନ୍ଧିବେ ବିହାର ମୁଖ୍ୟମନ୍ତ୍ରୀର ମୁକୁଟ… ଅପରାହ୍ଣ ୨ଟାରେ ମହାମେଣ୍ଟ ସରକାରର ଶପଥଗ୍ରହଣ ଉତ୍ସବ… ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଜସ୍ୱୀ… ୭ଟି ଦଳର ସହଯୋଗରେ ହେବ ବିହାର ସରକାର…

(୨) ବିହାରରେ ମେଣ୍ଟ ଭାଙ୍ଗିବା ପରେ ବର୍ଷିଲା ବିଜେପି… କହିଲା ଜେଡିୟୁ ଓ ନୀତୀଶଙ୍କୁ କ୍ଷମା କରିବେନି ବିହାରବାସୀ… ୨୦୨୪ରେ ପୁଣି କ୍ଷମତାକୁ ଫେରିବ ବିଜେପି… ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ବାଢ଼ିଲା ଭାରତୀୟ ଜନତା ପାର୍ଟି..

(୩) ସୋର ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ ଓଲଟିଲା ତୀର୍ଥଯାତ୍ରୀ ବସ୍… ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୭୦ ଯାତ୍ରୀ… ୭ ଗୁରୁତର, ୩୦ରୁ ଊର୍ଦ୍ଧ୍ଵ ଆହତ… ସମସ୍ତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି …. ଚବିଶ ପ୍ରଗଣାରୁ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯିବା ବେଳେ ଖସିପଡ଼ିଲା ବସ୍‌…

(୪) ଛତିଶଗଡ଼ ମୁହାଁ ହେଉଛି ସକ୍ରିୟ ଅବପାତ.. ଆଜି ଦୁର୍ବଳ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ହେବ ପରିଣତ.. ପ୍ରଭାବରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା… ୯ଜିଲ୍ଲାକୁ ଅରେଞ୍ଜ…୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

(୫) ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର ତଥା ସଂଳାପକାର ରଞ୍ଜିତ ପଟ୍ଟନାୟକ… ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ଡାକ୍ତରଖାନାରେ ପରଲୋକ… ଅନେକ ସଫଳ ମଞ୍ଚ ନାଟକ, ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ଲେଖିଥିଲେ କାହାଣୀ… ସଂଳାପ ପାଇଁ ସାଉଁଠିଥିଲେ ଅନେକ ପୁରସ୍କାର ଓ ପ୍ରଶଂସା…

Comments are closed.