MEllora 950×100

ସକାଳ @୯ ମୁଖ୍ୟ ଖବର

(୧) ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ଟ୍ରକକୁ ଧକ୍କା ଦେଲା କାର୍‌, ୪ ମୃତ… ମୃତକଙ୍କ ମଧ୍ୟରେ ରହିଛନ୍ତି ୨ ମହିଳା ଓ ୨ ପୁରୁଷ… ମିଳିନି ମୃତବ୍ୟକ୍ତିଙ୍କ ପରିଚୟ… ଘଟଣାସ୍ଥଳରେ ପୁଲିସର ଛାନଭିନ୍‌… କାରଟି ଆନ୍ଧ୍ର ଆଡୁ ଆସୁଥିବା ସୂଚନା…

(୨) ଭୋଟ୍‌ ଦେଉଛି ଗୁଜରାଟ… ୮୯ଟି ବିଧାନସଭା ଆସନ ପାଇଁ ହେଉଛି ମତଦାନ… ୭୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଗୁଜରାଟବାସୀ… ୫୦% ବୁଥରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା… ଉତ୍ତେଜନାକୁ ଦୃଷ୍ଟିରେ ରଖି ମୁତୟନ ହୋଇଛନ୍ତି ପୁଲିସ… ସେପଟେ ଏନସିଡି ନିର୍ବାଚନ ପାଇଁ ପ୍ରଚାରରେ କମ୍ପୁଛି ଦିଲ୍ଲୀ…

(୩) ଆଉ ଦୁଇଦିନ ପରେ ସରିବ ପଦ୍ମପୁର ପ୍ରଚାର… ୩ ତାରିଖ ଶେଷ କ୍ୟାମ୍ପେନିଂ… ପ୍ରାର୍ଥୀଙ୍କୁ ଜିତାଇବାକୁ କଡ଼ା କସରତ କରୁଛନ୍ତି ତିନି ଦଳ… ଘନଘନ ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ… ସେପଟେ ଆସନ୍ତା ୨ତାରିଖରେ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ… ବର୍ଷାଙ୍କ ପାଇଁ କରିବେ ଭୋଟ୍‌ ଭିକ୍ଷା…

(୪) ନାଗ ଫାସରେ ଆଉ କିଏ ?… ଆଜି ପଡ଼ିବ କାହାପାଳି ?… ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜଣଙ୍କ ପରେ ଜଣଙ୍କୁ ହେଉଛି ସମନ… ଇଡି କାର୍ଯ୍ୟାଳୟରେ ହାଜର ହେଉଛନ୍ତି ଅର୍ଚ୍ଚନାଙ୍କ ସହଯୋଗୀ… ଗତକାଲି ୧୨ ଘଣ୍ଟିଆ ମାରାଥନ ଜେରା ପରେ ଇଡି କାର୍ଯ୍ୟାଳୟରୁ ମୁକୁଳିଥିଲେ ଖଗେଶ୍ୱର ସହଯୋଗୀ ଚନ୍ଦନ…

(୫) ଜହ୍ଲାଦ ପ୍ରେମିକ ଅଫତାବର ଆଜି ହେବ ନାର୍କୋ ଟେଷ୍ଟ… ତଥ୍ୟ ନମିଳିଲେ ଅଫତାବର ବ୍ରେନ୍‌ ମ୍ୟାପିଂ ପାଇଁ କୋର୍ଟରେ ଆବେଦନ କରିପାରେ ପୁଲିସ… ୫ ଥର ହୋଇସାରିଲାଣି ପଲିଗ୍ରାଫ୍‌ ଟେଷ୍ଟ… ମିଳୁନି ସୁଫଳ… ଆହୁରି ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି ପୁଲିସ…

 

Comments are closed.