ନିଜାମୁଦ୍ଦିନ ସମ୍ମିଳନୀ – ୯୬୦ ଜଣ ମୌଲାନା କଳା ତାଲିକାଭୁକ୍ତ

ସମାଜ ପୋର୍ଟାଲ ଡେସ୍କ: ନିଜାମୁଦ୍ଦିନରେ ହୋଇଥିବା ମକରଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ତବଲିଗି ଜମାତ ମୌଲାନଙ୍କ ବିପକ୍ଷରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏ ନେଇ ୯୬୦ ଜଣ ମୌଲାନାଙ୍କୁ କଳାତାଲିକା ଭୁକ୍ତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କଳା ତାଲିକାଭୁକ୍ତ ମୌଲାନାଙ୍କ ବିସ୍ତୃତ ବିବରଣୀ ପ୍ରକାଶ କରିବା ସହିତ ସେମାନଙ୍କ ଭିସା ଖାରଜ କରାଯାଇଥିବା ସୂଚନା ମିଳିଛି।

ଏନେଇ ଗୃହ ମନ୍ତ୍ରଣାଳୟ ଟ୍ୱିଟ ଯୋଗେ ସୂଚନା ଦେଇଛି। ଟ୍ୱିଟରେ କୁହାଯାଇଛି ଯେ, ଗୃହ ମନ୍ତ୍ରଣାଳୟ ୯୬୦ ବିଦେଶୀ ମୌଲାନାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ସହିତ ତବଲିଗି ଜମାତ କାର୍ଯ୍ୟାକଳାପରେ ବେନିୟମ ଭାବେ ସାମିଲ ହେବା କାରଣରୁ ତାଙ୍କର ଭାରତ ଭିସାକୁ ବାତିଲ କରି ଦିଆଯ଼ାଇଛି। ସେମାନେ ପର୍ଯ୍ୟାଟନ ଭିସାରେ ଆସି ଏଭଳି କାର୍ଯ୍ୟକଳାପରେ ସାମିଲ ଥିବା ହେତୁ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.