ବାହୁବଳୀ ଅଭିନେତ୍ରୀ ରାମାୟା କ୍ରିଷ୍ଣନ୍ନଙ୍କ କାରରୁ ମିଳିଲା ୯୬ ବୋତଲ ମଦ

ଚେନ୍ନଇ : ବ୍ଲକ ବଷ୍ଟର ଚଳଚ୍ଚିତ୍ର ବାହୁବଳୀରେ ସିବଗାମୀ ଦେବୀ ଚରିତ୍ରରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ନାୟିକା ରାମାୟା କ୍ରିଷ୍ଣନ୍ନଙ୍କ କାରରୁ ୯୬ ବୋତଲ ବିଦେଶୀ ମଦ ଜବତ ହୋଇଛି। ପୁଲିସ୍ ରାସ୍ତାରୁ ଏତେ ପରିମାଣର ମଦ ଜବତ କରିବା ସହ ତାଙ୍କ କାର ଚାଳକକୁ ଗିରଫ କରିଛି । ଏହି ସମୟରେ ରାମାୟା ନିଜେ କାରରେ ଥିବା ଜଣାପଡିଛି।

ରାମାୟା କ୍ରିଷ୍ଣନ୍ନ ମହାବଳିପୁରମରୁ ଆସୁଥିଲେ। ଏହି ସମୟରେ ମୁଥୁକାଡୁ ଚେକ୍ ପୋଷ୍ଟ ନିକଟରେ ପୁଲିସ ତାଙ୍କ କାରକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାରରୁ ୯୬ ବୋତଲ ବିଦେଶୀ ମଦ ଜବତ ହୋଇଥିବା ସୂଚନା ମିଳିଛି।

Comments are closed.