ଦେଶରେ ୯୨୧୬ ନୂଆ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୨୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୮୬୧୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ ୩,୪୦,୪୫,୬୬୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏଥିସହିତ ସଂପ୍ରତି ୯୯,୯୭୬ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଆରୋଗ୍ୟ ହାର ୯୮.୩୫% ରହିଥିବାବେଳେ ଦୈନିକ ସଂକ୍ରମଣ ହାର ୦.୮୦% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୮୪% ରହିଛି । ଗୁରୁବାର ସଂଧ୍ୟା ସୁଦ୍ଧା ମୋଟ ୬୪.୪୬ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଏହି ସମୟ ସୁଦ୍ଧା ମୋଟ ୧୨୫.୭୫ କୋଟି ପାନ କୋଭିଡ ଟିକା ଦିଆଯାଇଛି । ସମଗ୍ର ବିଶ୍ୱରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪.୧୩ ନିୟୁତରେ ପହଞ୍ଚିଛି । ଏଥିସହିତ ବିଶ୍ୱରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୫.୨୩ ନିୟୁତରୁ ଅଧିକ ହୋଇଛି ।

Comments are closed.