ଦେଶରେ ଚିହ୍ନଟ ହେଲେ ୯୧୧୯ ନୂଆ କରୋନା ରୋଗୀ; ୩୯୬ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୯୧୧୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୯୬ ଜଣଙ୍କର ମୃତ୍ୟୁ ଘଟିଛି । ସେହି ସମୟ ମଧ୍ୟରେ ୧୦,୨୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୩,୩୯,୬୭,୯୬୨ ଜଣ କରୋନାରୁ ଆରୋଗ୍ୟ ଲାଭ କରିସାରିଲେଣି । ସଂପ୍ରତି ଦେଶରେ ୧,୦୯,୯୪୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ଆରୋଗ୍ୟ ହାର ୯୮.୩୩% ରହିଥିବାବେଳେ ଦୈନିକ ସଂକ୍ରମଣ ୦.୭୯% ଓ ସାପ୍ତାହିକ ହାର ୦.୯୦% ରହିଛି । ବୁଧବାର ସଂଧ୍ୟା ସୁଦ୍ଧା ୬୩.୫୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ସେହି ସମୟ ମଧ୍ୟରେ ମୋଟ ୧୧୯.୩୮ କୋଟି ପାନ ଟିକା ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ର ପକ୍ଷରୁ ୧୩୨ କୋଟି ପାନରୁ ଅଧିକ ଟିକା ଯୋଗାଇ ଦିଆଯାଇସାରିଛି ।

Comments are closed.