ଭୁବନେଶ୍ବରରୁ ଆଉ ୯୧ ପଜିଟିଭ୍ ଚିହ୍ନଟ, ମଞ୍ଚେଶ୍ବରର ଏକ ଅଟାକଳରୁ ୨୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୯୧ କରୋନା ପଜିଟିଭ୍। ଆଜି ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ରହିଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ ବଡ କଥା ହେଉଛି ଭୁବନେଶ୍ବରର ମଞ୍ଚେଶ୍ବରର ଏକ ଅଟାକଳରୁ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ୍ଆ ୧୩୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୭୨୪ ଜଣ ସୁସ୍ଥ ହୋଇ ସାରିଲେଣି। ଭୁବନେଶ୍ବରରୁ ୧୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦୬ ଜଣ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

Comments are closed.