୯ଟି ରାଜ୍ୟରେ ବ୍ୟାପିଛି ବାର୍ଡ ଫ୍ଲୁ

ନୂଆଦିଲ୍ଲୀ :  ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ସୁଦ୍ଧା ଦେଶର ୯ଟି ରାଜ୍ୟରେ ପକ୍ଷୀ ଜ୍ୱର ବା ବାର୍ଡ ଫ୍ଲୁ ବ୍ୟାପିଥିବାର ନିଶ୍ଚିତ ହୋଇଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ କେରଳ, ହରିଆନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରାଖଣ୍ଡ, ଗୁଜରାତ, ଉତ୍ତର ପ୍ରଦେଶ ଓ ପଞ୍ଜାବ ରହିଛି।

ମନ୍ତ୍ରଣାଳୟ କହିଛି, ୧୨ଟି ରାଜ୍ୟରେ କୁଆ ଓ ଦେଶାନ୍ତରିତ ହୋଇ ଆସିଥିବା ପକ୍ଷୀ ଓ ବଣୁଆ ପକ୍ଷୀମାନଙ୍କଠାରେ ଏହା ଦେଖା ଦେଇଛି। ସେହି ରାଜ୍ୟଗୁଡ଼ିକ ହେଲା ମଧ୍ୟପ୍ରଦେଶ, ହରିଆନା, ମହାରାଷ୍ଟ୍ର, ଛତିଶଗଡ଼, ହିମାଚଳପ୍ରଦେଶ, ଗୁଜରାତ, ଦିଲ୍ଲୀ, ରାଜସ୍ଥାନ, ଜାମ୍ମୁ – କାଶ୍ମୀର ଓ ପଞ୍ଜାବ।

Comments are closed.