କରୋନା ନେଲା ଆଉ ୯ ଜୀବନ, ୨୧୬ରେ ପହଞ୍ଚିଲା ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମଙ୍ଗଳବାର ମୃତ୍ୟୁବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଆଜି ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରେ  ଗଞ୍ଜାମରୁ ୬, ଖୋର୍ଦ୍ଧା, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମମରେ ୬ ମୃତକଙ୍କ ବୟସ ଯଥାପ୍ରମେ ୪୦, ୫୦, ୬୦, ୭୫ ଓ ୬୦ ବର୍ଷ ରହିଛି । ଏହି କ୍ରମରେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି ।

Comments are closed.