ରାଜ୍ୟରୁ ଆଉ ୯ ଜୀବନ ନେଲା କରୋନା, ୩୬୨ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଆଜି ମୃତ୍ୟୁ ବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟ​‌ରେ  ଗଞ୍ଜାମରୁ ୩, ରାୟଗଡ଼ାରୁ ୨ ଜଣ ରହିଥିବା ବେଳେ  ବାଲେଶ୍ବରରୁ, ଖୋର୍ଦ୍ଧା, ମାଲକାନଗିରି ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।

Comments are closed.