ସକାଳ @୯ ମୁଖ୍ୟ ଖବର

(୧) ଅଗଷ୍ଟ ୧୫ ପୂର୍ବରୁ ପଣ୍ଡ ହେଲା ଆତଙ୍କବାଦୀଙ୍କ ଯୋଜନା… ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ… ଯବାନଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ… ଗୁଳିବିନିମୟ ବେଳେ ୩ଜଣ ଯାବନ ସହିଦ ହୋଇଥିବା ସୂଚନା… ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ…

(୨) ଆଜିଠୁ +୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ… ୨୫ ତାରିଖ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ…  ଅଗଷ୍ଟ ୩୧ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା… ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ନାମଲେଖାଇ ପାରିବେ ଛାତ୍ରଛାତ୍ରୀ … ୧୧ ତାରିଖରେ ଆସିବ ଦ୍ୱିତୀୟ ମେଧା ତାଲିକା… ୧୨ରୁ ୧୪ ତାରିଖ ଯାଏ ଆଡମିସନ କରିବେ ଛାତ୍ରଛାତ୍ରୀ…

(୩) ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା… ଭାଇ ହାତରେ ସ୍ନେହର ଡୋର ବାନ୍ଧିବ ଭଉଣୀ… ଭଉଣୀର ରକ୍ଷା ପାଇଁ ଭାଇ ସାଜିବ ସୁରକ୍ଷା କବଚ… ସେପଟେ ଶ୍ରୀମନ୍ଦିରରେ ବି ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା… ବଡ଼ ଭାଇ ବଳଭଦ୍ର ଓ ମହାପ୍ରଭୁ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁନା ଭଉଣୀ ସୁଭଦ୍ରା…

(୪) ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା.. ପୁଣି ୧୩ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ… ଆହୁରି ୨ ଦିନ ବର୍ଷିବା ନେଇ ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର… ସେପଟେ ଲଗାଣ ବର୍ଷା ଯୋଗୁ ହନ୍ତସନ୍ତ ହେଉଛନ୍ତି ତଳିଆ ଅଞ୍ଚଳବାସୀ…

Comments are closed.