ଦେଶରେ ୮୮୬୫ ନୂଆ କରୋନା ରୋଗୀ, ୧୯୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮୬୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦିନକରେ ୧୯୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁଘଟିଛି । ସେହି ସମୟ ମଧ୍ୟରେ ୧୧,୯୭୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସଂପ୍ରତି ଦେଶରେ ୧,୩୦,୭୯୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି । ଦୈନିକ ସଂକ୍ରମଣ ହାର ୦.୮% ଓ ସାପ୍ତାହିକ ହାର ୦.୯୭% ରହିଛି । ସେହିଭଳି ଆରୋଗ୍ୟ ହାର ୯୮.୨୭% ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୧୧୨.୯୭ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି ।

Comments are closed.