୮୩ ବର୍ଷ ପୁରାତନ ନୌକାର ମୂଲ୍ୟ ୮୪କୋଟି ଟଙ୍କା !

ଇଟାଲୀର ପୂର୍ବ ପ୍ରଧାନମନ୍ତ୍ରୀ ସିଲ୍ଭିୟୋ ବର୍ଲୁସ୍କୋନି ନିଜ ବିଶେଷ ନୌକାକୁ ବିକ୍ରି କରିବାର ନିଷ୍ପତ୍ତି ନେଇଛନ୍ତି। ତାଙ୍କ ନୌକାର ନାମ ମର୍ଣ୍ଣିଙ୍ଗ ଗ୍ଲୋରୀ ଥିବାବେଳେ ବିଳାସମୟ ପାର୍ଟି ନିମନ୍ତେ ସେ ଏହାର ଉପଯୋଗ କରୁଥିଲେ। ଅଷ୍ଟ୍ରେଲିଆର ଜଣାଶୁଣା ବ୍ୟକ୍ତିତ୍ବ ରୁପର୍ଟ ମୁଡ୍ରୋକ୍‌ଙ୍କ ନିକଟରୁ ସିଲ୍ଭିୟୋଙ୍କ ଠାରୁ ଏହି ନୌକା କିଣିଥିଲେ। ରୁପର୍ଟ ଏହି ନୌକାକୁ ୬ ବର୍ଷ ନିଜ ପାଖରେ ରଖିବା ପରେ ବିକ୍ରି କରିଥିଲେ। ସେ ସମୟରେ ଇଟାଲୀର ପୂର୍ବ ପ୍ରଧାନମନ୍ତ୍ରୀ ୪୫ ଲକ୍ଷ ବ୍ରିଟିଶ୍ ପାଉଣ୍ଡରେ ଏହି ନୌକା କିଣିଥିବାର ପ୍ରକାଶ। ୧୫୮ ଫୁଟ୍ ଲମ୍ବା ଏହି ନୌକାରେ ଆଭ୍ୟନ୍ତରୀଣ ସାଜସଜ୍ଜା ଖୁବ୍ ସୁନ୍ଦର ହୋଇଥିବାବେଳେ ସେଥିରେ ମୋଟ୍ ୧୦ଟି ବିଳାସମୟ କକ୍ଷ ରହିଛି। ଘଣ୍ଟା ପ୍ରତି ୧୭ ମାଇଲ୍ ବେଗରେ ଗତି କରୁଥିବା ନୌକାରେ ୪୨ହଜାର ଲିଟର ଇନ୍ଧନ ସଂରକ୍ଷିତ ରଖିବାର ବ୍ୟବସ୍ଥା ଥିବାର ପ୍ରକାଶ।

Comments are closed.