ରେକର୍ଡ ସଂଖ୍ୟକ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୧୫ ହଜାର ଟପିଲା

ଭୁବନେଶ୍ବର : ଶୁକ୍ରବାର ରାଜ୍ୟରେ ରେକର୍ଡ ସଂଖ୍ୟକ ଆଉ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୫ ହଜାର ଅତିକ୍ରମ କରିଛି।  ଗଞ୍ଜାମ ଜିଲାରୁ ସର୍ବାଧିକ ୫୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିପରି ରାୟଗଡା ଜିଲ୍ଲାରୁ ଆଜି ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ୩୫, ମାଲକାନଗିରିରୁ ୩୦, ଗଜପତିରୁ ୨୨, ବାଲେଶ୍ବର ଓ ଖୋର୍ଦ୍ଧାରୁ ୧୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଅନ୍ୟପକ୍ଷରେ ବରଗଡ ଓ ଭଦ୍ରକରୁ ୧୮ଜଣ ଲେଖାଏଁ, ବୌଦ୍ଧରୁ ୮, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୫, ନବରଙ୍ଗପୁରରୁ ୪ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅନୁଗୋଳ, ଯାଜପୁର ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା​ ୧୫,୨୦୦କୁ ବୃଦ୍ଧି ପାଇଛି।

Comments are closed.