୮୦ ବର୍ଷ ବୟଷ୍କ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା

ଦ୍ୱାରଶୁଣି  : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥନା ଅଞ୍ଚଳରେ ୮୦ବର୍ଷ ବୟଷ୍କ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି। ଏଭଳି ଏକ ଅଭାବନୀୟ ଘଟଣା ଝାରପୋଖରିଆ ଥାନା ଅନ୍ତର୍ଗତ ଭୁରସାଣି ଗ୍ରାମରୁ ସାମ୍ନାକୁ ଆସିଛି। ଅଭିଯୋଗକାରୀ ହୀରନ ମହନ୍ତଙ୍କ ବାପା ସହଦେଵ ମହାନ୍ତ ଏକୁଟିଆ ଶୌଚ ହେବାକୁ ନିଜ ବିଲ ପାଖ ନାଳକୁ ଯାଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନୃଶଂସ ଭାବରେ ମୁଣ୍ଡ ଓ ଦେହରେ ଆକ୍ରମଣ କରି ହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଦୁର୍ବୃତ୍ତଙ୍କ ଚପଲ ପଡିଥିବା ବେଳେ ମୃତ ସହଦେବଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ଦେଖିବାକୁ ମିଳିଛି । ଏକ ମାମଲା ରୁଜୁକରି ଘଟଣା ସ୍ଥଳରେ ଝାରପୋଖରିଆ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ବାରିପଦାରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାର କାରଣ ଓ ହତ୍ୟାକାରୀ କିଏ ଜଣା ପଡ଼ିନାହିଁ ।

Comments are closed.