‘କରୋନା’: ଚୀନରେ ୮୦ ମୃତ, ଆକ୍ରାନ୍ତ ସଂଖ୍ୟା ୩ ହଜାରକୁ ବୃଦ୍ଧି

ବେଜିଂ: ଚୀନରେ ଆତଙ୍କ ସୃଷ୍ଟିକାରୀ ‘କରୋନା’ ଭାଇରସ ୮୦ ଜଣଙ୍କ ଜୀବନ ନେଲାଣି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଥିବାବେଳେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ୩ ହଜାର ଟପିଲାଣି। ଧୀରେ ଧୀରେ ଏହି ଭୂତାଣୁ ମହାମାରୀ ରୂପ ନେବାକୁ ଯାଉଥିବାବେଳେ ଚୀନବାସୀ ଆତଙ୍କିତ ଅବସ୍ଥାରେ ରହିଛି। ଚୀନ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନୂଆ ଭାଇରସ ଅତ୍ୟନ୍ତ ବିପଜ୍ଜନକ। ଦ୍ରୁତ ଗତିରେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ଚୀନର ଉହାନ ସହର ଏହି ଭୂତାଣୁ ବ୍ୟାପିବାର କେନ୍ଦ୍ର ସ୍ଥଳ। ଏଠାରୁ ହିଁ ଏହି ଭୂତାଣୁ ଅନ୍ୟ ଦେଶକୁ ବ୍ୟାପିଛି ବୋଲି ସେ କହିଛନ୍ତି।

Comments are closed.