ଅଜଣା ନାବାଳିକା ଉଦ୍ଧାର, ସୂଚନା ଦେବାକୁ ନିବେଦନ କଲା ପୁଲିସ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଡାବରଚୁଆ ନିକଟରେ ଆଜି ପୂର୍ବାହ୍ନ ୧୧ ଟା ସମୟରେ ଜଣେ ଅଜଣା ୮ ବର୍ଷର ନାବାଳିକା ସାଇକେଲ ଧରି ବୁଲୁଥିବା ସମୟରେ ସ୍ଥାନୀୟ ଲୋକେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛନ୍ତି। ନାବାଳିକାଟି ତାହାର ନାମ ରୋଜାଲିନ ହେସା ବୋଲି କହୁଥିବା ବେଳେ ଘରର ଠିକଣା ସଠିକ ଭାବେ କହିପାରୁ ନ ଥିବାରୁ ସେ ବାଟବଣା ହୋଇଥିବା ଅନୁମାନ କରାଯାଉଛି। ରୋଜାଲିନ୍‌ ସମ୍ପର୍କରେ କେହି ଖବର ପାଇଲେ ତୁରନ୍ତ ସ୍ଥାନୀୟ ପୁଲିସଙ୍କୁ ସୂଚନା ଦେବାକୁ ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତି ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Comments are closed.