ନଦୀରେ ଗାଧୋଇବାକୁ ଯାଇ ବୁଡିଗଲା ୮ବର୍ଷର ବାଳକ

 

ଆରଡି :  ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ ସୁନ୍ଦରପୁର ପଞ୍ଚାୟତର ଦୋହରାପାଟଣା ଗାଁରେ ବୈତରଣୀ ନଦୀରେ ଗାଧୋଉଥିବା ବେଳେ ୮ବର୍ଷର ବାଳକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଯାଜପୁର ଜିଲା ହେମଟପୁର ଗାଁର ବାପ ଜେନାଙ୍କ ପୁଅ ଅନୁରୋଧ ଜେନା(୮) ତାଙ୍କ ମାଙ୍କ ସହ ମାମୁଁ ଘର ଭଦ୍ରକ ଜିଲା ଦୋହରାପାଟଣା ଗାଁକୁ ବୁଲିବାକୁ ଆସିଥିଲା। ଗୁରୁବାର ଅନୁରୋଧ ନିକଟସ୍ଥ ବୈତରଣୀ ନଦୀରେ କିଛି ପିଲାମାନଙ୍କ ସହ ଗାଧୋଉଥିବା ସମୟରେ ନଈ ମଧ୍ୟରେ ବୁଡିଯାଇଥିଲା। ପାଖରେ ଥିବା ପିଲାମାନେ ଡାକ ପକାଇବାରୁ ଗାଁ ଲୋକ ଅନୁରୋଧକୁ ନଈ ମଧ୍ୟରୁ ଉଦ୍ଧାର କରିବା ସହ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Comments are closed.